Breaking News

ମରିବାର ନଅ ମାସ ପରେ ବି ଚାଉଳ ଖାଉଛି ହିତାଧିକାରୀ ; ସତ୍ୟବାଦୀ ବ୍ଳକରେ ଯୋଗାଣ ବିଭାଗରେ ଘୋଟଲା



ସାକ୍ଷୀଗେ।।ପଳ---- ସତ୍ୟବାଦୀ ବ୍ଳକରେ ଏକ ଦମ୍ପତି ମରିବାର ନଅ ମାସ ପରେ ବି ଖାଉଛନ୍ତି ଚାଉଳ । ଏହା କୌଣସି ଗପ ନୁହେଁ ଏହା ସମ୍ପୁର୍ଣ୍ଣ ସତ୍ୟ ।  ମୃତ୍ୟୁ କରିବାର ଦୁଇ ବର୍ଷ ପରେ ପୁର୍ନବାର ତାଙ୍କ ନାମରେ ଖାଉଟି ଖାତା ପ୍ରଦାନ କରାଯିବା ସହ ଚାଉଳ ଉଠାଇଥିବା ତାରିଖ ପଡିଛି । ମୃତ୍ୟୁ କରିବା ପରେ  ନାମ କାଟିବା ବଦଳରେ ଅନ୍ତୋଦ୍ୟାୟ କାର୍ଡ ବଦଳରେ ତାଙ୍କୁ ମିଳୁଛି ରାସନ କାର୍ଡ । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ପକ୍ଷୀମୁଣ୍ଡ ଗ୍ରାମର ଶୁଶିଲା ବେହେରାଙ୍କ ନାମରେ ଏକ ଅନ୍ତୋଦ୍ୟାୟ କାର୍ଡ ରହିଥିଲା । ଏଥିରେ ଶୁଶିଲା ବେହେରାଙ୍କ ସହିତ ତାଙ୍କ ସ୍ୱାମୀ ମଣି ବେହେରା ରହିଛନ୍ତି । ଉକ୍ତ କାର୍ଡ ନମ୍ବର ହେଉଛି୨୬୧୧୦୭୧୦୪୨୧ ।

ଏହି କାର୍ଡ ମାଧ୍ୟମରେ ୩୫ କେଜି ଚାଉଳ ମିଳେ । ମାତ୍ର ଶୁଶିଲାଙ୍କର ତିନିପୁଅ ବାହା ହେବା ପରେ ବାପା ମାଙ୍କ ଠାରୁ ଅଲଗା ହୋଇ ରହିଲେ । ସେମାନେ ରାଜ୍ୟ ସରକାରଙ୍କ ଖାଉଟି ନିୟମ ଅନୁଯାୟୀ ତିନୋଟି ରାସନ କାର୍ଡ ପାଇଛନ୍ତି । ମାତ୍ର ଶୁଶିଳା ବେହେରାଙ୍କର ୧୧-୩-୨୦୨୧ରେ ମୃତ୍ୟୁ ହୋଇଗଲା । ମାତ୍ର ଶୁଶିଲାଙ୍କ ସ୍ୱାମୀ ମଣି ବେହେରା ଡିଲରଙ୍କ ଠାରୁ ଚାଉଳ ଆଣନ୍ତି । ମଣିଙ୍କର ୨୪ା୨ା୨୦୨୩ରେ ମୃତ୍ୟୁ ହୋଇଗଲା । ମାତ୍ର ଚାଉଳ ପାଇଁ ଡିଲରଙ୍କ ପାଖକୁ ଯିବାରୁ ବାପା, ମା ମରିଗଲେ ତାଙ୍କର ଚାଉଳ କଟିଗଲା ବୋଲି ଡିଲର କହିବା ସହ ଫେରାଇ ଦେଲା । କିଛି ଦିନ ପରେ ଶୁଶିଳାଙ୍କ ପୁଅ ମାନେ ଜାଣିବାକୁ ପାଇଲେ ଯେ ତାଙ୍କ ବାପାଙ୍କ କାର୍ଡରେ ଡିଲର ଚାଉଳ ଉଠାଉଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଝରଣାବାଳା ସ୍ୱାଇଁଙ୍କ ପାଖରେ ଅଭିଯୋଗ କଲେ । ସରପଞ୍ଚ ଜାଣି ପାରିଲେ ଯେ ଏହି କାର୍ଡରେ ଚାଉଳ ଉଠୁଛି ବୋଲି ତାଙ୍କ ପରିବାରଙ୍କୁ ଜଣାଇବା ସହ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡାଙ୍କୁ ଜଣାଇଥିଲେ । ଏହା ସହିତ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ । ଜିଲା ଯୋଗାଣ ଅଧିକାରୀଙ୍କ ପାଖରୁ ତୁରନ୍ତ ତଦନ୍ତ କରିବା ପାଇଁ ସତ୍ୟବାଦୀ ବ୍ଳକ ଯୋଗାଣ ଅଧିକାରିଣୀ ଜୟନ୍ତୀ ହରିଜନ୍ଦନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହା ଜାଣିପାରି ଡିଲର ମହେନ୍ଦ୍ର ସାହୁ ଅତି ଚତୁରତା ସହ ଉକ୍ତ ପରିବାରର ପୁରୁଷ ନଥିବା ବେଳେ ମହିଳା ମାନଙ୍କୁ ପ୍ରଥମେ ଅର୍ଥ ଲୋଭ ଦେଖାଇଥିଲେ ସେଥିରେ ସେମାନେ ରାଜି ନହେବାରୁ ସେମାନଙ୍କର ରାସନ କାର୍ଡ କାଟି ଦେବ ବୋଲି ଧମକ ଦେଖାଇବାରୁ ମହିଳା ମାନେ ଡିଲରଙ୍କ କଥାରେ ରାଜି ହୋଇଯାଇଥିଲେ । ତାପର ଦିନ ବ୍ଳକ ଯୋଗାଣ ଅଧିକାରିଣୀ ଡିଲରଙ୍କ ଖାତା ତଦନ୍ତ ସମୟରେ ଜାଣିଥିଲେ ଯେ ଅଭିଯୋଗ ସତ୍ୟ । ମୃତ୍ୟୁ ହେବା ପରେ ଡିଲର ମୃତ୍ୟୁ ସଦସ୍ୟଙ୍କ ନାମରେ ଚାଉଳ ଉଠାଇଛନ୍ତି । ଅନ୍ୟ ପକ୍ଷେ ଡିଲରଙ୍କ କଥା ଅନୁସାରେ ମହିଳା ମାନେ ଭୟରେ ଯୋଗାଣ ଅଧିକାରିଣୀଙ୍କ ପାଖରେ ମିଛରେ ଚାଉଳ ଆଣିଛନ୍ତି ବୋଲି କହିଥିବା କଥା ସ୍ୱୀକାର କରିଛନ୍ତି । ଗୋଟିଏ ପକ୍ଷେ ଲୋକ ମରିବା ପରେ ମଧ୍ୟ ଯୋଗାଣ ଅଧିକାରିଣୀଙ୍କ ପାଖରେ ସୂଚନା ନାହିଁ । ଯାହା ଫଳରେକି ଡିଲର ମାନେ ପ୍ରତି ରାସନ ସାମଗ୍ରୀ ବଣ୍ଟନ ବେଳେ ଘୋଟଲା କରି ଚାଲିଛନ୍ତି । ଏହା ସତ୍ୟବାଦୀ ବ୍ଳକରେ କେବଳ ଦାସବିଦ୍ୟଧରପୁର ପଞ୍ଚାୟତରେ ନୁହେଁ ଏହା ସତ୍ୟବାଦୀ ବ୍ଳକରେ ଅନେକ ଡିଲର ମାନେ ମରିବା, ବାହାହୋଇ ଝିଅ ମାନେ ପଳାଇବା ପରେ ତାଙ୍କ ନାମରେ ଚାଉଳ ବର୍ଷ ବର୍ଷ ଧରି ଉଠାଇ ଚାଲିଛନ୍ତି । କହିବାକୁ କେହି ନାହିଁ କହିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ବଦଳରେ ଡିଲର ମାନେ ଦେଉଛନ୍ତି ଧମକ । ଏ ସମ୍ପର୍କରେ ସତ୍ୟବାଦୀ ବ୍ଳକ ବିଡିଓ ଲିପିସା ରାୟ ଓ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଙ୍କୁ ପଚାରିବାରୁ ସେ କହନ୍ତି ଏହାଏକ ଦଣ୍ଡନୀୟ ଅପରାଧ । ଏହାକୁ କେବେ ହେଳେ ମାଫ କରାଯିବ ନାହିଁ, ଯୋଗାଣ ଅଧିକାରିଣୀ ରିର୍ପୋଟ ଦେବା ପରେ ଉକ୍ତ ଡିଲରଙ୍କ ନାମରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଲେଖାଯିବ ବୋଲି କହିଛନ୍ତି । ଦେଖାଯାଉ ପକୃତ ପକ୍ଷେ ହଡପ କରିଥିବା ଚାଉଳ ଆଦାୟ କରିବା ସହ ଡିଲରଙ୍କ ବିରୁଧରେ କି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବା ପାଇଁ ଜଣସାଧାରଣ ଅପେକ୍ଷା କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୧୧/୨୦୨୩---୮,୧୦

Blog Archive

Popular Posts