Breaking News

ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ରେଡକ୍ରସ୍ ୟୁନିଟ୍ ଆନୁକୁଲ୍ୟ ରେ ଏକ ଦିବସୀୟ ପ୍ରବେଶ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

ଡେଲାଙ୍ଗ --- ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ରେଡକ୍ରସ୍ ୟୁନିଟ୍ ଆନୁକୁଲ୍ୟ ରେ ନୂତନ ରେଡକ୍ରସ୍ ସ୍ୱେଛାସେବୀ ମାନଙ୍କ ପାଇଁ  ଏକ ଦିବସୀୟ ପ୍ରବେଶ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।  ଚଳିତ ନଭେମ୍ବର ୧୮-୨୦ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ତ୍ରୀଦିବସୀୟ ଜିଲ୍ଲା ସ୍ତରୀୟ ରେଡକ୍ରସ୍ ସ୍ୱେଛାସେବୀ ମାନଙ୍କ  ପ୍ରଶିକ୍ଷଣ କର୍ମଶାଳ ପାଇଁ ପ୍ରସ୍ତୁତି ବୈଠକ ମହାବିଦ୍ୟାଳୟ  ଐତିହ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ. ସରୋଜ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ପୁରୀ ଜିଲ୍ଲା ରେଡକ୍ରସ୍ ସଂଯୋଜକ ରବିନ୍ଦ୍ର କୁମାର ସାହୁ ମୂଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବରେ ମହାବିଦ୍ୟାଳୟର  ଅଧ୍ୟାପକ ଯୁଦ୍ଧିିଷ୍ଠିର ଘଟୁଆରି,ଅଧ୍ୟାପିକା ପ୍ରମୋଦିନୀ ମହାପାତ୍ର,ପୁରୀ ଜିଲ୍ଲା ରେଡକ୍ରସ୍ କାର୍ଯ୍ୟକାରୀଣିର ସଦସ୍ୟ କମଳ କୁମାର ଦାଶ,ଇତିଶ୍ରୀ ସୁନ୍ଦରାୟ ପ୍ରମୂଖ ଯୋଗଦାନ କରିଥିବା ବେଳେ ମହାବିଦ୍ୟାଳୟର ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡା କାର୍ଯକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟ କର୍ମଚାରୀ ମାନଙ୍କ ମଧ୍ୟରେ ଅଧ୍ୟାପିକା କବିତା ମିଶ୍ର,ଭବାନୀ ପ୍ରୀୟଦର୍ଶିନି ମହାନ୍ତି,ଦିପ୍ତି ନାୟକ ଓ ସହାୟକ ଗ୍ରନ୍ଥାଗାରିକ ଦାଶରଥି ବଳବନ୍ତରାୟ ପ୍ରମୂଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରଥିଲେ।ମହାବିଦ୍ୟାଳୟର ୫୦ ଜଣ ରେଡକ୍ରସ୍ ସ୍ୱେଛାସେବୀଙ୍କୁ ରେଡକ୍ରସ୍ ର ଇତିହାସ ,ସମାଜ ପରିବର୍ତନ ଦିଗରେ ସ୍ୱେଛାସେବୀ ମାନଙ୍କ ର ଅବଦାନ ଓ ମୌଳିକ ପ୍ରାଥମିକ ଉପଚାର ର କୌଶଳ ଓ ଉପକାରିତା ବିଷୟରେ ପ୍ରଶିକ୍ଷକ ତଥା ଜିଲ୍ଲା ସଂଯୋଜକ ଶ୍ରୀ ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପରିଶେଷ ରେ ଅଧ୍ୟାପକ ଲକ୍ଷ୍ମୀଧର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ,୨/୧୧/୨୦୨୩----୮,୧୦ Sakhigopal News,2/11/2023

Blog Archive

Popular Posts