Breaking News

କୈଶୋର ସ୍ୱାସ୍ଥ୍ୟ ଦିବସ ଦାସ କାଠିଆ ମାଧ୍ୟମରେ ସଚେତନତା

 


ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୈଶୋର ସ୍ୱାସ୍ଥ୍ୟ ଦିବସ  ଗୋପାଳପୁରପାଟଣା ଅଙ୍ଗନୱାଡି କେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି । ଡ,ଶିଶିର କୁମାର ସାହୁ , ସାକ୍ଷୀଗୋପାଳ ଜନସ୍ୱାସ୍ଥ୍ୟ ଅଧିକାରିଣୀ କ୍ଷେତ୍ରମଣୀ ସେଠୀ ସ୍ୱାସ୍ଥ୍ୟ କର୍ମୀ ପ୍ରଦପ ଚମ୍ପତି ଓ ସୁବାସ ପ୍ରଧାନ ପ୍ରମୁଖ ଯୋଗ ଦେଇ କିଶୋର , କିଶୋରୀ ମାନଙ୍କର ରହିଥିବା ଅସୁବିଧା ଗୁଡିକର ସମାଧାନ କରିବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ । ବିଶେଷ କରି ପ୍ରତିଦିନ ଶାରୀରିକ ବ୍ୟାୟମ, ଯୋଗ, ସନ୍ତୁଳିତ ଆହାର, ସଫାସୁତରା ରହିବା ପାଇଁ ଅତିଥି ମାନେ ଉପସ୍ଥିତ ଥିବା କିଶୋର, କିଶୋରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପିଲାମାନଙ୍କ ମଧ୍ୟମରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ସଫଳତା ହାସଲ କରିଥିବା ପିଲାମାନଙ୍କୁ ପୁରସ୍ମୃତ କରାଯାଇଥିଲା । ଶେଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦାଶକାଠିଆ ସଂଗୀତ ମାଧ୍ୟମରେ ସଚେତନତା କରାଯାଇଥିଲା ।  ଅନ୍ୟ ମାନଙ୍କ ମଧ୍ୟମରେ ଅଙ୍ଗନୱାଡି କର୍ମୀ ଓ ଆଶାଦିଦି ମାନେ ଉପସ୍ଥିତ ରହିଥିଲେ  । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୧୧/୨୦୨୩---୮,୧୫   Sakhigopal News, 4/11/2023

Blog Archive

Popular Posts