Breaking News

ବିଦ୍ୟା ହିଁ ପ୍ରତିଟି ମଣିଷ ପାଇଁ ଶ୍ରେଷ୍ଠ ବିଭୁତି

ଡେଲାଙ୍ଗ -ବିଦ୍ୟା ହିଁ ପ୍ରତିଟି ମଣିଷ ପାଇଁ ଶ୍ରେଷ୍ଠ ବିଭୁତି ବୋଲି ଗୁଆଳିପଡା ଗ୍ରାମ ପଞ୍ଚାୟତ ଅଧୀନ ବୋଳକଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷୟିତ୍ରୀ ବିମଳା ସୁନ୍ଦରୀ ମଲ୍ଲିକଙ୍କ  ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମାନ୍ୟଗଣ୍ୟ ଅତିଥିବୃନ୍ଦ ମତବ୍ୟକ୍ତ କରିଛନ୍ତି।ବିଦ୍ୟାଳୟ ଓ ପରିଚାଳନା କମିଟିର ମିଳିତ ସହଯୋଗରେ ସଭା ଅନୁଷ୍ଠିତ ହୋଇଥିଲା।ପ୍ରାକ୍ତନ ବିଇଓ ଯୁଧିଷ୍ଠିର ପରିଡ଼ା ଏଥିରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଇଓ ସଚ୍ଚିଦାନନ୍ଦ ପ୍ରଧାନ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସ୍ବାଧୀନତା ଶୃଙ୍ଖଳାର" ଆବଶ୍ୟକତା ଲକ୍ଷ୍ୟ ରଖି ମୁକ୍ତିର ଆନନ୍ଦ କଥା"କୁ ଉଦାହରଣ ଦେଇଥିଲାବେଳେ  ମୁଖ୍ୟ ବକ୍ତା ବର୍ତ୍ତମାନର ବିଇଓ ବିନୋଦ ପ୍ରାମାଣିକ ଜୀବନ ଦର୍ଶନ କବିତା ଗାଇ ଜୀବନର ଶାଶ୍ବତ ସତ୍ୟକୁ ସମବେତ ଛାତ୍ର ଛାତ୍ରୀ ଓ ସୁଧୀବୃନ୍ଦଙ୍କୁ ସମ୍ବୋଧିତ କରିଥିଲେ । ସଭାରେ ସମ୍ମାନିତ ଅତିଥିଭାବେ ଏବିଇଓ ଲକ୍ଷ୍ମଣ ପ୍ରଧାନ, ସଞ୍ଜୁକ୍ତା କୁମାରୀ ମିଶ୍ର, ସୁଷମା ଦାଶ ପ୍ରମୁଖ ସମାଜକୁ ସୁନ୍ଦର କରି ଗଢି ତୋଳିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲାବେଳେ କପିଳେଶ୍ୱର ଦେବ ହାଇସ୍କୁଲ ଧାନକେରାର ପ୍ରଧାନ ଶିକ୍ଷକ ତଥା କବି ସତ୍ୟବାଦୀ ଦାଶ ଆବେଗପୂର୍ଣ୍ଣ କବିତା ଗାଇ ବହି,କଲମ, ଶିଶୁ ,ମା, ଶିକ୍ଷକଙ୍କ ଉଦାହରଣ ମାଧ୍ୟମରେ ସମାଜରେ ଉପଯୁକ୍ତ ପରିବର୍ତ୍ତନର ଧାରା ଉପରେ ବୁଝାଇଥିଲେ। ସଭାରେ ପୂର୍ବତନ  ବିଦ୍ୟାଳୟ ଅନୁନିରୀକ୍ଷକ ତଥା ସଙ୍ଗଠକ ପ୍ରହଲ୍ଲାଦ ସ୍ବାଇଁ ପ୍ରତିଟି ଜୀବନ ପ୍ରାରମ୍ଭରୁ ସଠିକ୍ ମାର୍ଗରେ ପରିଚାଳିତ ହେବାକୁ ପରାମର୍ଶ ଦେଇଥିଲେ। ନିମନ୍ତ୍ରିତ ଅତିଥି ଭାବେ ସଙ୍ଗୀତ ପ୍ରେମୀ ପ୍ରାକ୍ତନ ଏବିଇଓ  ଶ୍ୟାମସୁନ୍ଦର ଦାସ,ଅବସରରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ପ୍ରେମୀ ନିରଞ୍ଜନ ସାହୁ, ଅନନ୍ତ ସାହୁ, ମିଟୁକିଶୋର ପ୍ରଧାନ, ବୁଦ୍ଧିଜୀବୀ ଵୁଦ୍ଧିନାଥ ମଲିକ, ଶିକ୍ଷକ  ସଂଘ ସମ୍ପାଦକ ପ୍ରଶାନ୍ତ ଦାସ, ସଭାପତି ଦିଗମ୍ବର ରଥଙ୍କ ସହ ପ୍ରଧାନ ଶିକ୍ଷକ ହୃଷୀକେଶ ବଳିୟାର ସିଂହ, ସୂର୍ଯ୍ୟ ନାରାୟଣ ସେଠୀ, ପ୍ରଦୀପ ସେଠୀ,ଗୋପାଳ ମହାପାତ୍ର ,ପବିତ୍ର ମୋହନ ଜେନା, ସିଆରସିସି ଜଗନ୍ନାଥ ପରିଡ଼ା,କୃତିବାସ ପରିଡା, କ୍ଷେତ୍ରବାସୀ ଆଳୁକ, ଅମରେନ୍ଦ୍ର ପ୍ରଧାନ,ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ,ସୁଦିପ୍ତ ପରିଡ଼ା ,ଶିକ୍ଷୟିତ୍ରୀ ପ୍ରସାଦିନୀ ପରିଡ଼ା, କୃଷ୍ଣପ୍ରିୟା ମହାପାତ୍ର, ସୁକାନ୍ତି ବେହେରା,ପୁରୁଣା କମିଟିର ସଭାପତି ବାଲୁଙ୍କେଶ୍ୱର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ ।ବିଦାୟୀ ଶିକ୍ଷୟିତ୍ରୀଙ୍କ  ସରଳତା,ଅମାୟିକ ବ୍ୟବହାର , ଛାତ୍ର ବତ୍ସଳତା ଭଳି ଅନେକ ସୁଗୁଣାବଳୀ ଉପରେ ଆଲୋକପାତ୍ ପୂର୍ବକ ଛାତ୍ର ଛାତ୍ରୀ ମାନଙ୍କ ଶୃଂଖଳିତ ଆଚରଣ ,ଭକ୍ତି,ସେବା, ନିଃସ୍ଵାର୍ଥପର ତାର ସୁନ୍ଦର ପରିପ୍ରକାଶ ଉପରେ ଅତିଥିବୃନ୍ଦ ଗୁରୁତ୍ୱାରୋପ କରିଥିଲେ।। ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜ ସେବୀ ,ନାଟ୍ୟକାର ଶ୍ରୀଧର ପ୍ରଧାନ ଓ ଶିକ୍ଷକ ଲକ୍ଷ୍ମୀଧର ଵସ୍ତିଆ କାର୍ଯ୍ୟକ୍ରମର ସଫଳ ସଂଯୋଜନା କରିଥିଲେ। ଶିକ୍ଷୟିତ୍ରୀ ସଶ୍ମିତା ମହାରଣା ମାନପତ୍ର ପାଠ କରି ଓ ତାଙ୍କ କୋହସିକ୍ତ କଣ୍ଠରେ ବିଦାୟ ସଙ୍ଗୀତ ଗାଇ  ପୁରା ପରିବେଶକୁ ଭାବମୟ କରିଥିଲେ ।ମଞ୍ଚରେ ଅଜ୍ଞନବାଡି ଶିକ୍ଷୟିତ୍ରୀ ମମତା ପ୍ରଧାନ "ମିଳନେ ଲଗନେ କିଏ ବିଦାୟ ଦେଲା" ବିଦାୟୀ ସଙ୍ଗୀତ ଗାଇ ଭାବଵିହୋଳ ବିଦାୟ ଜଣାଇଥିଲେ।ଶିକ୍ଷକ ଦିଲ୍ଲୀପ କୁମାର ନାୟକ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ ରୋଜାଲିନ ପରିଡ଼ା, ସଦାଶିବ ମଲିକ, ପ୍ରଣୟ ସ୍ବାଇଁ ,ବର୍ତ୍ତମାନର କମିଟି ସଭାପତି ମନୋଜ ପରିଡ଼ା ଓ ସଭ୍ୟ ସଭ୍ୟା ମାନେ ପରିଚାଳନାରେ ସହଯୋଗ କରିଥିଲେ। ମଞ୍ଚରେ ବିଦାୟୀ ଶିକ୍ଷୟିତ୍ରୀଙ୍କୁ ବିଇଓ ଓ ଏବିଇଓ ପ୍ରୋଭିଜିନାଲ ପେନସନ ପେପର ପ୍ରଦାନ କରିଥିଲାବେଳେ ସଭାରେ ଛାତ୍ର ଛାତ୍ରୀ, ପୂର୍ବତନ ଛାତ୍ର ଛାତ୍ରୀ ସେହି ବିଦ୍ୟାଳୟ ,ଶିକ୍ଷକ ସଂଘ , କମିଟି ଓ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ମାନପତ୍ର ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବ ସହ ଈଶ୍ବରଙ୍କ ନିକଟରେ ତାଙ୍କର ସୁସ୍ଥ ନିରାମୟ ଜୀବନ କାମନା କରାଯାଇଥିଲା।ଶିକ୍ଷକ ଅଭୟ ଚରଣ ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲାବେଳେ ବିଦାୟୀ ଶିକ୍ଷୟିତ୍ରୀଙ୍କ ପୁତ୍ର ରୋହନ ଦାସ ଓ ପୁତ୍ରବଧୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଛାତ୍ର ଛାତ୍ରୀମାନେ ସ୍ବାଗତ ଓ ବିଦାୟ ସଙ୍ଗୀତ ଗାନ କରିଥିଲେ। ପ୍ରକାଶ ଥାଉ କି ବିଦାୟୀ ଶିକ୍ଷୟିତ୍ରୀ ଶ୍ରୀମତୀ ମଲ୍ଲିକ କୃଷ୍ଣପ୍ରସାଦ ଓ ସତ୍ୟବାଦୀ ବ୍ଲକ୍ ରେ ଶୈକ୍ଷିକ ଜୀବନ ଆରମ୍ଭ କରି ଡେ଼ଲାଙ୍ଗ ବ୍ଲକ୍ ର ପଟଣପୁର,ମାଛପଡା, ପାଟପୁର ଓ ଶେଷରେ ବୋଳକଣା ବିଦ୍ୟାଳୟରେ ଶିକ୍ଷକତା କରି ନିଜର ଉତ୍ତମ ଆଚରଣ ପାଇଁ ସମସ୍ତଙ୍କର ପ୍ରିୟପାତ୍ରୀ ହୋଇପାରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୧୨/୨୦୨୩-+--୮,୩୫ Sakhigopal News,4/11/2023

Blog Archive

Popular Posts