ରେଳ ଦୁର୍ଘଟଣା ମୃତକ ଓ ଚିକିତ୍ସାଧୀନଙ୍କ ଆଶୁ ଆରୋଗ୍ୟ ପାଇଁ ନିରବ ପ୍ରାର୍ଥନା
ଡେଲାଙ୍ଗ -----ବାଲେଶର ବାହାନଗା ରେଳ ଷ୍ଟେସନଠାରେ ହୃଦୟ ବିଦାରକ ରେଳ ଦୁର୍ଘଟଣାର ମୃତ ବ୍ୟକ୍ତିଙ୍କ ଆତ୍ମାର ସଦ୍ଗତି ଓ ଗୁରୁତର ଆହାତଙ୍କ ଆଶୁ ଆରୋଗ୍ୟ କାମନା କରି ଡେଲାଙ୍ଗ ଷ୍ଟେସନ ବଜାର ଶ୍ୟାମସୁନ୍ଦର ପାଠାଗାର ପରିସରରେ ଏକ ଶୋକସଭା ସମାଜସେବୀ କାଶୀନାଥ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ,କବି ଚନ୍ଦ୍ରଶେଖର, ସମାଜସେବୀ ଗାନ୍ଧୀପ୍ରେମୀ ଅନାମ ମଲ୍ଲିକ, ଜିତେନ୍ଦ୍ର ପ୍ରଧାନ, ବିକ୍ରମ କେଶରୀ ନାୟକ, ମନୋଜ ତାଡ଼,ହାସିମ୍ ଖାନ୍,ବିଜୟ ରାଉତ୍, ଶିକ୍ଷକ ଅଭୟ ଚରଣ ସାହୁ ପ୍ରମୁଖ ଯୋଗଦେଇ ମୃତ ଓ ଆହତଙ୍କ ଉଦେଶ୍ୟରେ ସମବେତ ନୀରବ ପ୍ରାର୍ଥନା କରିଥିଲେ। ଏଭଳି ଅସୀମ ଦୁଃଖଦ ପରିସ୍ଥିତିରେ ଭଗବାନ ସେମାନଙ୍କ ପରିବାରଙ୍କୁ ସହାୟ ସହ ଚିକିତ୍ସାଧୀନଙ୍କ ସ୍ଥାୟୀ ଆରୋଗ୍ୟ ନିମନ୍ତେ ପ୍ରାର୍ଥନା କରି ଏପରି ମର୍ମନ୍ତୁଦ ଘଟଣା କେବେବି ଏ ଦେଶକୁ କି ମାନବ ଜାତି ପାଇଁ ନ ଆସିବାକୁ ଭଗବାନଙ୍କୁ ଗୁହାରି କରିବାସହ ସେମାନଙ୍କୁ ସାହାଯ୍ୟ କରୁଥିବା ସ୍ଥାନୀୟ ଜନସାଧାରଣ ଓ ସୈନିକ, ଡାକ୍ତର,ସେବକ,ପ୍ରଶାସନ, ଏବଂ ପରିବାରବର୍ଗଙ୍କୁ ସମସ୍ତଙ୍କୁ ଏପରି ଶୋକାକୁଳ ପରିସ୍ଥିତିରେ ଧୈର୍ଯ୍ୟ ,ସାହାସ , ଶକ୍ତି ଦେବାକୁ ପ୍ରାର୍ଥନା କରିଥିଲେ।ଗାନ୍ଧୀବାଣୀ ପ୍ରଚାରକ ଅନାମ ମଲ୍ଲିକ ଓ ଶିକ୍ଷକ ଅଭୟ ଚରଣ ସାହୁଙ୍କ ଆବାହକତ୍ବରେ ଶୋକସଭା ଅନୁଷ୍ଠିତ ହୋଇଥିଲା। ଆଇନଜୀବୀ ହୃଷିକେଶ ପାଢ଼ୀ, କ୍ଷେତ୍ରବାସୀ ଆଳୁକ , ସର୍ବେଶ୍ଵର ବାରିକଙ୍କ ସହ ଅନ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୬/୨୦୨୩-----୮,୧୦ Sakhigopal News,4/6/2023