Breaking News

ସାକ୍ଷୀଗୋପାଳରେ ସିଦ୍ଧବଳରାମ ସ୍ନାନ ମଣ୍ଡପରେ ଦର୍ଶନ ଦେଲେ ଭକ୍ତଙ୍କୁ



ସାକ୍ଷୀଗୋପାଳ----- ଶ୍ରୀ ଜଗନ୍ନାଥଙ୍କ ଅଜା ଭାବରେ ସତ୍ୟବାଦୀର ବକୁଳବନରେ ପୂଜାପାଉଥିବା  ସିଦ୍ଧବକୁଳ ଠାକୁର ବେଶ ଜଣାଶୁଣା । ଆଜି ସକାଳେ ଠାକୁରଙ୍କ ପ୍ରତିଦିନ ଭଳି ନୀତିକାନ୍ତି କରାଯିବା ପରେ ବାଳଭୋଗ କରାଯାଇଥିଲା । ବ୍ରଜରାଜ ପଣ୍ଡା ଓ ଦେବରାଜ ପଣ୍ଡା ଠାକୁରଙ୍କ ନୀତିକାନ୍ତି କରିବା ପରେ  ଚକାଛଡା ଖେଚୁଡି ଭୋଗ କରିବା ପରେ ଠାକୁରଙ୍କୁ ଦେବସ୍ନାନ ବେଦୀକ୍‌ୁ ପହଣ୍ଡି କରି ଆଣିଥିଲେ । ପାରମ୍ପାରିକ ରୀତିନୀତି ଅନୁଯାୟୀ ମନ୍ଦିର ପରିସରରେ ଥିବା କୂଅରୁ ଜଳ ଅଣାଯାଇ ସେଥିରେ କ୍ଷୀର, ମହୁ, କର୍ପୁର, ଅଗୁର, ଗୋଲାପଜଳ, ଚନ୍ଦନ, ଜାଇଫଳ ଆଦି ପକାଯାଇ ସୁଗନ୍ଦିତ ଜଳରେ ସେବାୟତ ମାନେ ମହାପ୍ରଭୁଙ୍କୁ ୧୦୮ ଗଡୁ ଜଳରେ ସ୍ନାନ କରାଯାଇଥିଲା  । ଠାକୁରଙ୍କୁ ନୂତନବସ୍ତ୍ର ପରିଧାନ ପରେ ଟାହିଆ, ତୁଳସୀ ଫୁଲମାଳ ଲାଗି କରାଯାଇଥିଲା ।ଏହାପରେ ଯାତଭୋଗ ଅନୁଷ୍ଠିତ ହେବାପରେ ଭକ୍ତ ମାନଙ୍କ ପାଇଁ ଦର୍ଶନର ସୁଯୋଗ ମିଳିଥିଲା ।    ସଂଧ୍ୟାରେ ଆଳତୀ, ଧୂପ ରାତିରେ ବାଳଭୋଗ କରାଯିବା ପରେ ବିଳମ୍ବିତ ରାତିରେ ଅଣସର ଘରକୁ ବିଜେ କରାଇଥିଲେ ।  ସେହିପରି ଗବକୁଣ୍ଡ ସ୍ଥିତ ନୂଆନଇ କୂଳରେ ଗଡିଉଠିଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ  ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ସେହିପରି ଅନୁରୂପ ଭାବରେ ରାଇଚକ୍ରଧରପୁର ଶାସନରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଓ ସାରଙ୍ଗଯୋଡି ମେଳଣ ପଡିଆରେ ଥିବା ପତିତପାବନ, କାଞ୍ଜିଆ ସ୍ଥିତ ବାଲିବାଟି ମଠ, ଶୁକଳ ଦୁତୀୟାଦେବ ପତିତପବନଙ୍କସେବାୟତ ମାନେ  ସଂକୀର୍ତ୍ତନ , ଦ୍ୱାର ଫିଟା, ଆଳତୀ, ଅବକାଶ ପରେ ମନ୍ତ୍ରିତସୁବାସିତ ଜଳରେ   ଠାକୁରଙ୍କୁ ସ୍ନାନ କରିବା ପରେ ନୂତନବସ୍ତ୍ର , ତୁଳସୀ, ଫଳ, ଚନ୍ଦନଲାଗି କରାଯିବା ପରେ ଚକାଛଡା ଖେଚୁଡି ଭୋଗ କରାଯିବା ପରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସାହାଣ ଦର୍ଶନ ପାଇଁ ଦ୍ୱାର ଖୋଲା ଯାଇଥିଲା । ସଂଧ୍ୟାରେ ନୀତିକାନ୍ତି ସରିବା ପରେ ଠାକୁରଙ୍କୁ ଅଣସରପିଣ୍ଡିକୁ ବିଜେ କରାଯାଇଥିଲା । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୬/୨୦୨୩---୭.୧୦  Sakhigopal News, 4/6/2023

Blog Archive

Popular Posts