ବରକେରାରେ ରେଳ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ମହମବତୀ ଶୋଭାଯାତ୍ରା
ଡେଲାଙ୍ଗ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରା ଓ ପଲ୍ଲୀମଙ୍ଗଳ ଯୁବକ ସଂଘ ବରକେରା ଆନୁକୂଲ୍ୟରେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାର ପଞ୍ଚମ ଶ୍ରେଣୀ ଛାତ୍ରୀ ଜାଜ୍ଞସେନୀ ପରିଡା ଗତ ତା୨୪-୦୫-୨୦୨୩ରିଖରେ ହୃଦ୍ ଘାତରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ପାଇଁ ଓ ଗତକାଲି ରାତିରେ ବାଲେଶ୍ବରର ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶତାଧିକ ବ୍ୟକ୍ତିଙ୍କ ପାଇଁ ବରକେରାରେ ଏକ ମହମବତୀ ସୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା।ଶେଷରେ ଗ୍ରାମର ଆରାଧ୍ୟ ଠାକୁର ଭାଗବତ ବାସୁଦେବଙ୍କ ପ୍ରାଙ୍ଗଣରେ ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା ଓ ଆହତ ବ୍ୟକ୍ତିମାନଙ୍କର ଆସୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରାଯାଇଥିଲା। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ , ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ, ଶିକ୍ଷକ ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୂରୁଷୋତ୍ତମ ନାୟକ, ବଂଶୀଧର ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ତଥା ପରିବେଶ କର୍ମି ମିଟୁ କିଶୋର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ଜଟାଧାରୀ ପରିଡା, ଦିନବନ୍ଧୁ ପରିଡା, ସମାଜସେବୀ ପ୍ରଭାସ ଚନ୍ଦ୍ର ପରିଡା, ଓ୍ଵାର୍ଡ ସଭ୍ୟ ପବିତ୍ର ମୋହନ ପରିଡା,ଚାପଲିନ ପ୍ରଧାନ,ତପନ ଭୋଇ, ମକରଧ୍ବଜ ପ୍ରଧାନ, କାଳନ୍ଦୀ ପରିଡା,ପ୍ରଶାନ୍ତ ପରିଡା,ନିରୋଜ ପରିଡା, ସ୍ଵାଧୀନ ମାହୁନ୍ତ ଲକି ମାହୁନ୍ତ,ଗ୍ରାମ୍ୟ କମିଟି ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ମାହୁନ୍ତ ଓ ସମ୍ପାଦକ ଶ୍ରୀ ବିମ୍ବାଧର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୬/୨୦୨୩----୮,୩୫ Sakhigopal News,4/6/2023