ସଶସ୍ତ୍ର ଡକାୟତି ଯୋଜନା ପଣ୍ଡ କରିଛି ଜଟଣୀ ପୋଲିସ ପାଞ୍ଚ ଅଭିଯୁକ୍ତ ଗିରଫ, ଛୁରୀ, ଲଙ୍କାଗୁଣ୍ଡ, ଟଙ୍କା ଓମଟର ସାଇକେଲ ଜବତ
ଜଟଣୀ -- ସ୍ଥାନୀୟ ଫାୟାର ଷ୍ଟେସନ ଛକରୁ ଗ୍ୟାସ ଫ୍ୟାକ୍ଟ୍ରି ଯାଇଥିବା ରାସ୍ତାର ଖଣ୍ଡୁଆଳ ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ଏକ ବଡଧରଣର ସଶସ୍ତ୍ର ଡକାୟତି କରିବା ନିମନ୍ତେ ପ୍ରାକ ପ୍ରସ୍ତୁତି ସମୟରେ ପୋଲିସ ହାତରେ ଧରାପଡ଼ିଛନ୍ତି ପାଞ୍ଚ ଅଭିଯୁକ୍ତ l ସୂଚନା ମୁତାବକ ଗତ କାଲି ବିଳମ୍ବିତ ରାତିରେ ଜଟଣୀ ଥାନାର ଏକ ପେଟ୍ରୋଲିଙ୍ଗ ଦଳ ନିଜ ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବିଶେଷ ସୂତ୍ରରୁ ଖବର ପାଇ ପେଟ୍ରୋଲିଙ୍ଗ ଦଳ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ l ଅଭିଯୁକ୍ତ ମାନଙ୍କ ଠାରୁ ୫ଟି ଛୁରୀ, ୩ଟି ମୋବାଇଲ ଫୋନ, ୧0, ୫00 ଟଙ୍କା ଏବଂ ୨ଟି ଲଙ୍କାଗୁଣ୍ଡ ପ୍ୟାକେଟ ସହିତ ୨ଟି ମଟର ସାଇକେଲ ଜବତ କରିଛନ୍ତି l ଅଭିଯୁକ୍ତ ମାନେ ହେଲେ (1)-ରଥିପୁର ଗ୍ରାମର 24 ବର୍ଷୀୟ ଏସକେ. ରମଜାନ,(2)-ରଥିପୁର ଗ୍ରାମର 35 ବର୍ଷୀୟ ଏସକେ. ବସିରୁଦିନ (3)-ବାଲିଚ୍ଛକ ମୁଣ୍ଡିଆ ସାହିର 27 ବର୍ଷୀୟ ଏସକେ. ଫରିଉଦ୍ଦିନ (4)-ବେଣାପଞ୍ଜରୀ ଗ୍ରାମ ବଡ ମଜ୍ଜିଦ ସାହିର 24 ବର୍ଷୀୟ ଏମଡି. ଅକ୍ତର (5)-ବଡତୋଟା ଗ୍ରାମ ମିଶ୍ର ସାହିର 36 ବର୍ଷୀୟ ଆନନ୍ଦ ନାୟକ l ଏମାନଙ୍କ ନାମରେ କେସ ନଂ 217 ରେ ମାମଲା ରୁଜୁ କରି ଜଟଣୀ ପୋଲିସ କୋର୍ଟ ଚାଲାଣ କରିଛି l ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଅଭିଯୁକ୍ତ ଏସକେ ରମଜାନି ଙ୍କ ନାମରେ ଜଟଣୀ ଥାନାରେ ପୂର୍ବରୁ ୨ ଟି ମାମଲା ରହିଥିବା ସମୟରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ 4 ଟି ମାମଲା ରହିଛି l ଅଭିଯୁକ୍ତ ଆକ୍କା ଓରଫ ଏମଡି ଅକ୍ତରଙ୍କ ନାମରେ ନିରାକାରପୁର ଥାନାରେ ଗୋଟିଏ ଏବଂ ଜଟଣୀ ଥାନାରେ ୮ ଟି ମାମଲା ରହିଥିବା ବେଳେ ଅଭିଯୁକ୍ତ କାଳୁ ଓରଫ ଆନନ୍ଦ ନାୟକ ନାମରେ ମହିଳା ଥାନାରେ ଗୋଟିଏ ଏବଂ ଜଟଣୀ ଥାନାରେ ମଧ୍ୟ ଗୋଟିଏ ମାମଲା ରହିଛି l ଅଭିଯୁକ୍ତ ମାନେ କ୍ରମାଗତ ଭାବେ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବାରୁ ସେମାନଙ୍କ ବିରୋଧରେ ସିଆରପିସି ୧୧0 ଧାରା ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୬/୨୦୨୩-----୯,୨୫ Sakhigopal News,3/6/2023