Breaking News

କଂଗ୍ରେସ କମିଟି ପକ୍ଷରୁ ୭ଦଫା ସମ୍ମିଳିତ ଦାବି ପତ୍ର ଭେଡେନ ବିଡିଓ ଙ୍କୁ ପ୍ରଦାନ

 
ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ଉନ୍ନୟନ କାର୍ଯ୍ୟ ରେ ଅବହେଳା ଓ ବାଧା ପ୍ରାପ୍ତ ପ୍ରଦର୍ଶନ କରୁଥିବା ନେଇ ୭ଦଫା ସମ୍ମିଳିତ ଦାବି ପତ୍ର ଭେଡେନ ବିଡିଓ ରଘୁନାଥ ପାଣିଗ୍ରାହୀଙ୍କୁ ପ୍ରଦାନ କରାଯାଇଛି। ଏହାର ନେତ୍ରୁତ୍ଵ ନେଇ ଥିଲେ ପିସିସି ସଭ୍ଯ ତଥା ଭେଡେନ ବ୍ଲକ କଂଗ୍ରେସ କମିଟିର ସଭାପତି ରମେଶ ଚନ୍ଦ୍ର ପଣ୍ଡା। ଏଥିରେ ବରିଷ୍ଠ କଂଗ୍ରେସ ନେତା ଦାଶରଥି ମେହେର, ଭେଡେନ ସମିତି ସଭ୍ଯା ରଶ୍ମିତା ପାଣ୍ଡେ, ତାଲମେଂଡା ସମିତି ସଭ୍ଯ ସଦାନନ୍ଦ ଭୋଇ, ଲୁହାଖଣ୍ଡି ସମିତି ସଭ୍ଯା ପଂକଜିନୀ ପଶାୟତ, ସ୍ଵାଧୀନ ରଥ, ଦିଲୀପ ଦାଶ, କିଶୋର ସାହୁ, ମାଧବ ସାହୁ, ଗୋବିନ୍ଦ ସାହୁ, ଜିତେନ୍ଦ୍ର ସାହୁ, ପ୍ରଦୀପ ନାୟକ, କିଶୋର ମେହେର, ଟେକଧର ଦଣ୍ଡସନା ଓ ବହୁ କଂଗ୍ରେସ କର୍ମୀ ସାମିଲ ହୋଇ ଦାବି ପତ୍ର ପ୍ରଦାନ କରିଥିଲେ। ବିଡିଓ ରଘୁନାଥ ପାଣିଗ୍ରାହୀ ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଏହାର ନକଲ ବରଗଡ ଜିଲ୍ଲାପାଳ, ଡିଆରଡିଏ, ୫ଟି ସଚିବ ନିକଟକୁ ପଠାଇଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୬/୨୦୨୩---୮,୪୫ Sakhigopal News,5/6/2023

Blog Archive

Popular Posts