Breaking News

ଗଞ୍ଜେଇ ସହ କାର ଜବତ : ତିନି ଗଞ୍ଜେଇ ମାଫିଆ ଗିରଫ



 
କନ୍ଧମାଳ--  ବାଲିଗୁଡା ରୁ ଭୁବନେଶ୍ୱର ବେଆଇନ ଗଞ୍ଜେଇ ଚୋରା ଚାଲାଣ ବେଳେ ବାଲିଗୁଡା ପୋଲିସ ହାତରେ ଧରାପଡ଼ିଛନ୍ତି l ବାଲିଗୁଡା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ  ବାଲିଗୁଡା ଥାନା ଅଞ୍ଚଳରୁ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ସମୟରେ ଅଚାନକ ଚଢ଼ାଉ କରିଥିଲେ l ବାଲିଗୁଡା ଥାନା ବାଦୀକେତା ଗାଁ ନିକଟରୁ 26 କେଜି 500 ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ l ଚୋରା ଚାଲାଣ ରେ ବ୍ୟବହୃତ ଏକ କାର କୁ ଜବତ କରିବା ସହ ତିନି ଜଣ କୁ ଗିରଫ କରିଛି ବାଲିଗୁଡା ପୋଲିସ l ଏହି ଘଟଣା ରେ ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗ ଅଞ୍ଚଳର  ଖଣ୍ଡୁ ପ୍ରଧାନ, କୁଲାଡ଼ ଗାଁ ର ରଞ୍ଜନ ମହାରଣା ଓ କ. ନୂଆଗାଁ ଥାନା ଟେଟ୍ରାଗାଁ ର ବାଲ୍ମୀକି ପ୍ରଧାନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡା ପୋଲିସ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧/୬/୨୦୨୩ ---୮,୫୫ Sakhigopal News,1/6/2023

Blog Archive

Popular Posts