Breaking News

ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଗୁମର ଖୋଲିଛି ସୋସିଆଲ ମିଡିଆରେ

କଟକ---- ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କ ଅତି ନିଜର ଓ ପାଖ ଲୋକ ବୋଲାଉଥିବା ଯୁବକ ବବୁଲ ରାଉତ ଖୋଲିଲେ ପ୍ରଭାତ ତ୍ରିପାଠୀଙ୍କ ଭିତିରି ଗୁମର ଖୋଲିଛନ୍ତି । ବାଙ୍କୀ ରୁ କୋଟି କୋଟି ଟଙ୍କା ଲୁଟୁଥିବା ଖବର ନିଜେ ବବୁଲ କହିଛି । ତେବେ ଏହା କେତେଦୂର ସତ୍ୟା ସତ୍ୟ ତାହା ତଦନ୍ତ କଲେ ଜଣାପଡ଼ିବ । ପ୍ରଭାତ ତ୍ରିପାଠୀ ଜଣେ ଦକ୍ଷ ରଜାନେତା ଭାବେ କେବଳ ବାଙ୍କୀ ରେ ପରିଚିତ ନୁହଁନ୍ତି ରାଜ୍ୟରେ ମଧ୍ୟ ପରିଚିତ ବ୍ୟକ୍ତି । ବାଙ୍କୀ ର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଚିନ୍ତା କରୁଥିବା ବେଳେ ତାଙ୍କ ପାଖ ଲୋକ ଏବେ ତାଙ୍କ ଉପରେ କାଦୁଅ ପକାଇଛନ୍ତି । ପ୍ରଭାତ ତ୍ରିପାଠୀ ଯେଉଁ ଯୁବକ ଙ୍କୁ ଦିନେ ନିଜର ଭାବି ବାଙ୍କୀ ମହୋତ୍ସବରେ ସମ୍ଭର୍ଦ୍ଧିତ କରିଥିଲେ ସେହି ଯୁବକ ଖୋଲିଛନ୍ତି ପ୍ରଭାତ ଙ୍କ ଭିତିରି ଗୁମର । ନିର୍ବାଚନ ସମୟରେ ବାଙ୍କିରେ ଥିବା ସମବାୟ ସମିତି ମାନଙ୍କରୁ କୋଟି କୋଟି ଟଙ୍କା ଚାନ୍ଦା ଭାବେ ନେଇଥାନ୍ତି । ଏହି ଖବର ସତ ନାଁ ମିଛ । ବିଶ୍ୱାସ କରି ହେଉନଥିଲେ ମଧ୍ୟ ଖବରଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ଖବର କେତେଦୂର ସତ୍ୟ ତାହା ଖବର ପ୍ରସାରଣ କାରୀ ଜାଣିଥିବେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ ୧/୬/୨୦୨୩----୮,୪୫ Sakhigopal News,1/6/2023

Blog Archive

Popular Posts