କୋଟଗଡ଼ ପୋଲିସ ର ଆମ ପୋଲିସ ସମିତି ବୈଠକ
କନ୍ଧମାଳ--- କନ୍ଧମାଳ ଜିଲ୍ଲା କୋଟଗଡ ଥାନା କାର୍ଯ୍ୟାଳୟ ଠାରେ କୋଟଗଡ଼ ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ କୋଟଗଡ଼ ଥାନା ଅଧିକାରୀ ଓମ ନାରାୟଣ ପାତ୍ର, କନ୍ଧମାଳ ସାଂସଦ ଙ୍କ କୋଟଗଡ଼ ବ୍ଲକ ପ୍ରତିନିଧି ମନୋଜ ସାବତ ଙ୍କ ସମେତ ବୁଦ୍ଧିଜୀବୀ, ବଣିକ ସଂଘ ର ସଦସ୍ୟ ଉପସ୍ଥିତ ରହିଥିଲେ l ଏହି ବୈଠକ ରେ ପୋଲିସ ଓ ଜନସାଧାରଣ ଙ୍କ ମଧ୍ୟ ରେ ସୁସମ୍ପର୍କ ସହ ସମନ୍ୱୟ ରହିଲେ ଅପରାଧ ନିୟନ୍ତ୍ରଣ ହୋଇ ପାରିବ ବୋଲି ସାଂସଦ ପ୍ରତିନିଧି ମନୋଜ ସାବତ କହିଥିଲେ l ଏଥିସହ କୋଟଗଡ଼ ଥାନା ଅଞ୍ଚଳରେ ଟ୍ରାଫିକ ସମସ୍ୟା,ଦ୍ରୁତ ଗତି ରେ ଗାଡି ଚଳାଉଥିବା ଅମାନିଆ ଙ୍କ ଉପରେ ନଜର ରଖିବାକୁ ଉପସ୍ଥିତ ସଦସ୍ୟ ଓ ବୁଦ୍ଧିଜୀବୀ ପୋଲିସ କୁ ନିବେଦନ କରିଥିଲେ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧/୬/୨୦୨୩----୮,୨୫ Sakhigopal News,1/6/2023