Breaking News

ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘ ପକ୍ଷରୁ ଶୋକ ପ୍ରକାଶ


 
ବରଗଡ଼ ---ବାଲେଶ୍ଵର ଜିଲ୍ଲାର ବାହାନଗା ରେଳଷ୍ଟେସନରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଉକ୍ତ ଦୁର୍ଘଟଣାରେ ଅନେକ ନିରୀହ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଛି ତଥା ଅନେକ ଗୁରୁତ ଆଘାତପ୍ରାପ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘ ଏହି ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ ତଥା ଆହତ ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରୁଛି।ଏହିଭଳି ଏକ ଭୟଙ୍କର ପରିସ୍ଥିତିରେ ସ୍ଥାନୀୟ ଜନସାଧାରଣଙ୍କ ଚିକିତ୍ସାଧୀନ ବ୍ୟକ୍ତିଙ୍କୁ ରକ୍ତଦାନ କରିବାକୁ ଧାଡ଼ିରେ ଛିଡ଼ା ହେବାର ମାନବିକତା ଭରା ଦୃଶ୍ୟ ସମସ୍ତଙ୍କ ହୃଦୟ ଜିଣି ପାରିଛି ବୋଲି ସଂଘର ସଭାପତି ପ୍ରଦୀପ ଦେବତା ମତପ୍ରକାଶ କରିଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୬/୨୦୨୩----୮,୪୫ Sakhigopal News,5/6/2023

Blog Archive

Popular Posts