ଦେଖିଚାହିଁ ଏତଲା ପଞିକରଣ ହେଉଥିବା ଥାନାର ନାମ ବୈଦେଶ୍ବର
ବାଙ୍କୀ----- ଘଟଣାଟି ଘଟିଛି କଟକ ଜିଲ୍ଲାର ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ବର ଥାନାରେ । ଏକ ସମ୍ବେଦନ ଶୀଳ ଘଟଣାକୁ ଖାମଖିଆଲ ଭାବେ ଗ୍ରହଣ କରଛି ଏହି ଥାନା । ଉକ୍ତ ଥାନା ଅଧିନସ୍ଥ ଖଜୁରୀପଦା ଗ୍ରାମର ଘଟଣା ଯୌତୁକ ଦାବିକରି ଶାଶୂଘର ଲୋକମାନେ ବୋହୂକୁ ଶାରୀରିକ ତଥା ମାନସିକ ଅତ୍ଯାଚାର କରୁଛନ୍ତି । ଏହି ଘଟଣାରେ ବୋହୂ ଶୁଭଶ୍ରୀ ବସ୍ତି ନିଜର ସ୍ବାମୀ ସୁବ୍ରତ ବସ୍ତି , ଶ୍ବଶୁର ଶତ୍ରୁଘନ ବସ୍ତି ,ଶାଶୁ ଶଶି ବସ୍ତି ,ବଡ ନଣଦ ପୁଷ୍ପା ପ୍ରଧାନ ଓ ସାନ ନଣଦ ରଞୁ ପ୍ରଧାନଙ୍କ ନାମରେ ସ୍ଥାନୀୟ ବୈଦେଶ୍ବର ଥାନାରେ ଲିଖିତ ଏତଲା ଦେଇଥିଲେ । ଗତ ମାସ ୨୨ ତାରିଖରୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପ୍ରାୟ ୨୦ ଦିନ ହେଲା ଫଳ ଶୂନ । ଅଭିଯୋଗକାରିଣୀ ନ୍ଯାୟ ପାଇଁ ବାରମ୍ବାର ଥାନାକୁ ଦୌଡ଼ି ନୟାନ୍ତ ହେଲେଣି । ଘରେ ପରିବାର ଲୋକଙ୍କ ଅକଥନୀୟ ଅତ୍ଯାଚାର ଥାନାରେ ନିରାଶ । ବଞ୍ଚିବାର ଆଶା ତୁଟାଇବା ପାଇଁ ମନସ୍ଥ କଲେଣି ବିଚରା ଶୁଭଶ୍ରୀ । ହେଲେ ଏତଲା ରଖି ଥାନା ଅଧିକାରୀ ଚୁପଚାପ ବସିଛନ୍ତି କାହିଁକି ? । ଏହାର କାରଣ କ'ଣ ? । ଏହା କ'ଣ ଆମ ପୋଲିସ ର କର୍ତ୍ତବ୍ୟ । ରାଜନୈତିକ ଚାପ ନା ମୋଟା ଅଙ୍କର କାରବାର । ଶୁଭଶ୍ରୀକୁ ନ୍ଯାୟ ମିଳିବ କେବେ ?। ଏଣେ ଥାନାର ନିଷ୍କ୍ରିୟତାର ସୁଯୋଗ ନେଇ ବଢାଇଚାଲିଛନ୍ତି ଅତ୍ଯାଚାର ର ପ୍ରକୋପ ।ଏହା କ'ଣ ସରକାରଙ୍କ 5T ର ସ୍ବଛ ଶାସନ । ଏହି ଘଟଣାରେ ସ୍ଥାନୀୟ ଜନସାଧାରଣ ତଥା ବୁଦ୍ଧିଜୀବୀ ଥାନା ଅଧିକାରୀଙ୍କୁ ଘୋର ନିନ୍ଦା କରିଛନ୍ତି । ଦାବି କରିଛନ୍ତି ଯଥାଶୀଘ୍ର ଏତଲାକୁ ପଞିକରଣ କରି ଆସାମୀ ମାନଙ୍କ ପ୍ରତି ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ।ନଚେତ ସର୍ବସାଧାରଣଙ୍କର ଆଇନ ଉପରୁ ଆସ୍ଥା ତୁଟିଯିବ ବୋଲି କହନ୍ତି । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୮/୬/୨୦୨୩----୯,୨୦ Sakhigopal News,8/6/2023