ବରପୁଟ ପଞ୍ଚାୟତରେ ବିନା ଫଳକରେ ଆରଆଇ ଅଫିସ ନିର୍ମାଣ କାର୍ଯ୍ୟ ଚାଲିଛି; ପ୍ରଶାସନିକ ଅଧିକାରୀ ମାନେ ଚୁପ
ବାଙ୍କୀ ----- ବାଙ୍କୀ ନିର୍ବାଚନ ମଣ୍ଡଳୀ ର ବରପୁଟ ପଞ୍ଚାୟତ ରେ ନିର୍ମାଣ ଧୀନ ଥିବା ବରପୁଟ RI ଅଫିସ କାର୍ଯ୍ୟ ବିନା ଫଳକ ରେ ଚାଲିଛି । ଆଶ୍ଚର୍ଯ୍ୟ ର କଥା ସରକାରୀ ନୂତନ ଅଫିସ କାର୍ଯ୍ୟ ଚାଲିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ମାନଙ୍କୁ ଏ ବିଷୟରେ କିଛି ଜଣାନାହିଁ କିପରି । ଆମ୍ଭେ ବାଙ୍କୀ ତହସିଲଦାର , ବି ଡି ଓ ଏବଂ ବରପୁଟ ଆରଆଇ କହନ୍ତି କାର୍ଯ୍ୟ ସମ୍ପର୍କରେ କିଛି ଜାଣି ନାହାନ୍ତି
।ତେବେ ପ୍ରଶ୍ନ ଉଠେ ଯଦି ନିଜ ଅଞ୍ଚଳରେ ହେଉଥିବା କାର୍ଯ୍ୟର ବିବରଣୀ ପ୍ରଶାସନିକ ଅଧିକାରୀ ମାନଙ୍କୁ ଅଜଣା ତେବେ କାହାକୁ ଜଣା। ଏହା ହେଉଛି ନବୀନ ସରକାରଙ୍କ ସ୍ୱଚ୍ଛ ଶାସନ ର ନୀଳବର୍ଣ୍ଣ ଶୃଗାଳ ନୀତି । ବାଙ୍କୀ ଜନସାଧାରଣଙ୍କ ଆଖିରେ ନୀଳ ବର୍ଣ୍ଣ ଧୂଳି ପକେଇ ସେମାନଙ୍କ ଅର୍ଥକୁ ଲୁଟିବା ବିଜେଡି ଶାସନର ମୂଳମନ୍ତ୍ର ପାଲଟିଛି । ବାଙ୍କୀ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ଙ୍କ ଭାଇ ଏଭଳି କାୟା ବିସ୍ତାର କରିଛନ୍ତି ଯେ ସାଧାରଣ ଜନତା ଅତିଷ୍ଟ ହେଉଥିଲେ ମଧ୍ୟ ସ୍ୱର ଉତ୍ତୋଳନ କରିବାର ସତ୍ସାହାସ କରିପାରୁ ନାହାଁନ୍ତି ବୋଲି କହନ୍ତି । ଯଦି ଏହାର ଉଚସ୍ତରିୟ ତଦନ୍ତ କରା ନଯାଏ ତେବେ ଆଗାମୀ ଦିନରେ ବରପୁଟ ଗ୍ରାମ ବାସି ନିଶ୍ଚୟ ଏହାର ପ୍ରତିରୋଧ କରିବେ ବୋଲି ଜଣାପଡିଛି ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୯/୬/୨୦୨୩। ---୯,୧୦ Sakhigopal News,9/6/2023