ଜନକଲ୍ଯାଣ ସେବାଟ୍ରଷ୍ଟ ଦ୍ୱାରା ଜୀବେଦୟା ସପ୍ତାହ ପାଳିତ
ଜଟଣୀ --ପ୍ରଚଣ୍ଡ ରୌଦ୍ର ତାପହେତୁ ଚତୁର୍ଦିଗ ଉତ୍ତପ୍ତ ହୋଇଉଠୁଛି | ତ୍ରୁଷ୍ଣା ନିବାରଣ ନିମନ୍ତେ ପଶୁପକ୍ଷୀ ହନ୍ତସନ୍ତ ହେଉଛନ୍ତି | ଆମେ ସମସ୍ତେ ଜାଣୁ ପଶୁପକ୍ଷୀ ଆମର ଅମୂଲ୍ଯ ସମ୍ପଦ ତଥାପି ଆମର ଯତ୍ନ ଅଭାବରୁ କିଛି କିଛି ପଶୁପକ୍ଷୀ ଆଜି ବିଲୁପ୍ତ ହୋଇଯାଇଛନ୍ତି |ଆଗାମୀ ଦିନରେ ଅବଶିଷ୍ଟ ପଶୁପକ୍ଷୀ ବଂଶ ବିଲୋପ ନହେଉ ସେହି ଚିନ୍ତାଧାରା ନେଇ ୨୦୧୧ମସିହା ଠାରୁ ଜନକଲ୍ଯାଣ ସେବାଟ୍ରଷ୍ଟ ଅଧ୍ଯକ୍ଷ ନବୀନ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆରମ୍ଭ କରିଛନ୍ତି ଜୀବେଦୟା ସପ୍ତାହ | ଚଳିତ ଜଟଣୀ ମ୍ଯୁନିସିପାଲିଟି ଛକ ସ୍କୋପ୍ ଆଇଟିଆଇ ପରିସରରେ କଲେଜ ଛାତ୍ର ଛାତ୍ରୀ ଙ୍କ ଗହଣରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଉକ୍ତ ଆଲୋଚନାରେ ଟ୍ରଷ୍ଟର ସଦସ୍ଯ ଲିଟୁ ରଞ୍ଜନ ରାଉତରାୟ ସଂଗଠନ ସମ୍ପାଦକ ନୀଲୁ ପଟ୍ଟନାୟକ,ଉପସଭାପତି ଏମ୍ ଡି କରିମ୍,ସହ ସମ୍ପାଦକ ମହେଶ୍ୱର ସାହୁ, ବିଭୁମହାନ୍ତି,ବରିଷ୍ଠ ସଦସ୍ଯ ଆଇନଜୀବୀ ମାନସ କୁମାର ରଥ,ପ୍ରକଳ୍ପ ନିର୍ଦ୍ଦେଶକ ଜିତେନ୍ଦ୍ର ନାୟକ ଙ୍କ ସହ ସ୍କୋପ୍ ର ଚେୟାରମ୍ଯାନ୍ କେସି ବେହେରାଙ୍କ ,ସାମ୍ବାଦିକ ରଙ୍ଗନାଥ ବେହେରା ଆଲୋଚନାରେ ପ୍ରମୁଖ ଭୁମୀକା ଗ୍ରହଣ କରିଥିଲେ |ଟ୍ରଷ୍ଟର ବରିଷ୍ଠ ସଦସ୍ଯ ହରପ୍ରସାଦ ମିଶ୍ର ଙ୍କ କାର୍ଯ୍ଯ ଦକ୍ଷତା ପାଇଁ ସମ୍ବର୍ଦ୍ଦିତ କରାଯାଇଥିଲା |ଅଧ୍ଯାପକ ସୁକାନ୍ତ କୁମାର ମହାନ୍ତି ଧନ୍ଯବାଦ ଅର୍ପଣ କରିଥିଲେ । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୬/୨୦୨୩----୭,୨୫ Sakhigopal News,1/6/2023