Breaking News

ଜନ୍ମପୀଠରେ ପ୍ରଚାରକ ଅନନ୍ତ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ ସହିତ କବିତା ପାଠ ଉତ୍ସବ


 
ସାକ୍ଷୀଗୋପାଳ----- ପ୍ରଚାରକ ଅନନ୍ତ ମିଶ୍ରଙ୍କ  ଜନ୍ସମପୀଠ ତ୍ୟବାଦୀ ବ୍ଲକ ଅନ୍ତର୍ଗତ  ଶ୍ରୀରାମଚନ୍ଦ୍ରପୁର ଖଣ୍ଡିଏ ମୁଣ୍ଡରେ ୮୭ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସାରସ୍ବତ ସଭାରେ ପ୍ରଥମେ କବିତା ପାଠ କରାଯାଇଥିଲା। ପ୍ରାୟ ପଚାଶ ଜଣ କବି କବୟିତ୍ରୀ ଅନନ୍ତ ମିଶ୍ରଙ୍କ ଜୀବନ ଦର୍ଶନର ସ୍ବରଚିତ  କବିତା ପାଠ କରିଥିଲେ। ସଂଯୋଜନା କରିଥିଲେ କବି ମାନସ ରଞ୍ଜନ ପଟ୍ଟନାୟକ ଓ ଶ୍ରିମତୀ ମନୋରମା ଆଚାର୍ଯ୍ୟ। ସମସ୍ତ କବି ମାନଙ୍କୁ ଅନନ୍ତ ମିଶ୍ର ସ୍ମୃତି ସଂସଦ ତରଫରୁ ପ୍ରଶଂସା  ପତ୍ର ଦିଆଯାଇଥିଲା। ତତ୍‌ପରେ ଆଲୋଚନା ଓ ସମ୍ବର୍ଦ୍ଧନା ସଭାରେ  ସଭାପତିତ୍ୱ କରିଥିଲେ ରବୀନ୍ଦ୍ର ପଟ୍ଟନାୟକ।ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ , ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ଅଧ୍ୟାପିକା ଡ. ପ୍ରତିଭା ମହାରଥୀ, କବି ଶଙ୍କର୍ଷଣ ପରିଡା ଓ  ଶିକ୍ଷକ ସତ୍ୟବାଦୀ ଦାଶ,ପ୍ରତିମା ରାଣୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ମୂଖପତ୍ର "ଭାଷା ସମ୍ମିଳନୀ" କୁ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା  । ଅନନ୍ତ ମିଶ୍ରଙ୍କ ସରଳ ଜୀବନଯାପନ ଓ ଦର୍ଶନ  ଉପରେ ଅତିଥି ମାନେ ମତ ପ୍ରକାଶ କରିଥିଲେ ।  ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୫/୨୦୨୩---୮,୧୦ Sakhigopal News,7/5/2023

Blog Archive

Popular Posts