Breaking News

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ,୪ଅଟକ


ସାକ୍ଷୀଗୋପାଳ-----  ବହୁ ଦିନ ଶାନ୍ତପରେ ପୁଣି ଅଶାନ୍ତ ହୋଇପଡିଛି ଲାଣ୍ଡୁପଡା ।  ଶନିବାର ବିଳମ୍ବିତ ରାତିରେ ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଲାଣ୍ଡୁପଡା ଗ୍ରାମରେ ବୋମା ମାଡ ହୋଇଛି।ସତ୍ୟବାଦୀ ପୋଲିସ ଖବର ପାଇ ସେଠାରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି।ସୂଚନା ରୁ ପ୍ରକାଶ ଯେ ଲାଣ୍ଡୁପଡା ଗ୍ରାମରେ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଏଭଳି ଘଟଣା ଘଟିଛି । ସତ୍ୟବାଦୀ ପୋଲିସ ଏନେଇ ୪ ଜଣକୁ ଥାନା ରେ ଅଟକ ରଖିଛି। ବୋମାମାଡ଼ ରେ ଦୁଇଟି ବାଇକ ନଷ୍ଟ ହୋଇଯାଇଛି। ପ୍ରଥମେ ସତ୍ୟବାଦୀ ପୋଲିସ ଗଜେନ୍ଦ୍ର ଜେନା ଓରଫ ଗଜି ଏବଂ ଧୁଶାସନ ଜେନା ଓରଫ ଧୁସା କୁ ଗିରଫ କରିଥିବା ବେଳେ ସେହି ଗ୍ରାମର ସତ୍ୟ ସୁନ୍ଦର ବରାଳ ଓରଫ ଦିଲୁ ଏବଂ ତାର ସହଯୋଗୀ ସିମ୍ପୁଲ ବାରିକ ଓରଫ ବୁଲୁ ସତ୍ୟବାଦୀ ଥାନାରେ ଆତ୍ମ ସମର୍ପଣ କରିଛନ୍ତି।ଏ ସଂକ୍ରାନ୍ତରେ ଉଭୟ ଗଜେନ୍ଦ୍ର ଜେନା ଓ ଦିଲୁ ବରାଳ ଙ୍କ ପକ୍ଷରୁ ଉଭୟଙ୍କ ବିରୋଧରେ ଦୁଇଟି ପୃଥକ ପୃଥକ ଏତଲା ସତ୍ୟବାଦୀ ଥାନାରେ ଦାୟର ହୋଇଛି। ଅଭିଯୋଗ ଅନୁଯାୟୀ ସତ୍ୟ ସୁନ୍ଦର ବରାଳ ଓରଫ ଦିଲୁ କୁଆଡେ ପ୍ରଥମେ ଗଜେନ୍ଦ୍ର ଜେନା ଘର ଉପରକୁ ବୋମା ମାଡ଼ କରିଥିଲା ଫଳରେ ଗଜେନ୍ଦ୍ର ଙ୍କ ଦୁଇଟି ବାଇକ ସମ୍ପୂର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇଛି । ଉଭୟ ପରିବାର ମଧ୍ଯରେ ପୂର୍ବରୁ ବିବାଦ ଲାଗି ରହିଥିଲା ।  ଉକ୍ତ ଗ୍ରାମରେ ଆହୁରି ଅଫୁଟା ବୋମା ଅଛି କି ନାହିଁ ଏ ସଂପର୍କରେ ପୋଲିସ ତନାଘନା ତଦନ୍ତ କରୁଥିବା ଜଣାପଡିଛି ।  ଉକ୍ତ ଗ୍ରାମରେ ବୋମା, ବନ୍ଧୁକ ସହିତ ବିଭିନ୍ନ ମାରଣାସ୍ତ୍ର ଗଛିତ ରହିଛି। ସତ୍ୟବାଦୀ ପୋଲିସ ଏ ସମ୍ପର୍କରେ ବହୁ ଆଗରୁ ଅବଗତ ରହିଛି ବୋଲି ଗ୍ରାମର କିଛି ଯୁବକ ମାନେ କହିଛନ୍ତି। ପୋଲିସ ସେମାନଙ୍କ ସହିତ ଭଲ ସମ୍ପର୍କ ରହିଛି ବୋଲି ଜଣାପଡିଛି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୫/୨୦୨୩----୭,୧୦ Sakhigopal News,7/5/2023

Blog Archive

Popular Posts