ଦେଶୀ ବନ୍ଧୁକ କାରଖାନା ଠାବ , ଜଣେ ଗିରଫ , ୪ ବନ୍ଧୁକ ସହ ସରଞ୍ଜାମ ଜବତ
ଭଞ୍ଜନଗର - ଚୋରା-ଲୁଚା ରେ ଚାଲିଥିଲା ଚୋରା ବନ୍ଧୁକ ତିଆରି । ସୂଚନା ପାଇ ଚଢ଼ାଉ କଲା ଜଗନ୍ନାଥପ୍ରସାଦ ଥାନା ପୋଲିସ । ୪ ଟି ଚୋରା ଦେଶୀ ବନ୍ଧୁକ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଥାନା ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ , ଦେଶୀ ବନ୍ଧୁକ ରଖିଥିବା ଅଭିଯୋଗ ରେ ପୂର୍ବରୁ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ଜଗନ୍ନାଥପ୍ରସାଦ ଥାନା ପୋଲିସ । ସଂପୃକ୍ତ ଅଭିଯୁକ୍ତ ଠାରୁ ବନ୍ଧୁକ ତିଆରି ସଂକ୍ରାନ୍ତରେ ତଥ୍ୟ ପାଇଥିଲା ପୋଲିସ । ସେହି କ୍ରମରେ ସୁଯୋଗ ଦେଖି , ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଡିମିରିପଲ୍ଲୀ ଗାଁ ରେ ସଂପୃକ୍ତ ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ାଉ କରିଥିଲା ପୋଲିସ । ଘଟଣା ସ୍ଥଳରୁ ତିଆରି ହୋଇଥିବା ୪ ଟି ଦେଶୀ ବନ୍ଧୁକ ଜବତ କରିଥିଲା । ଏହା ସହ ବନ୍ଧୁକ ତିଆରି ସରଞ୍ଜାମ ମଧ୍ୟ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏଠାରୁ ତିଆରି ହେଉଥିବା ଚୋରା ବନ୍ଧୁକ ବିଭିନ୍ନ ସ୍ଥାନକୁ ଯାଉଥିବା ସନ୍ଦେହ କରାଯାଉଛି । ସେହି ଅନୁସାରେ ଏଠାରୁ ତିଆରି ହୋଇଥିବା ଚୋରା ବନ୍ଧୁକ ଆଉ କେଉଁଠିକୁ ଯାଇଛି , ଏହାର ଗ୍ରାହକ କିଏ ରହିଛନ୍ତି , ତାକୁ ନେଇ ଖୋଳତାଡ଼ ପୋଲିସ ଜାରି ରଖିଥିବା ନେଇ ସୂଚନା ଦେଇଛନ୍ତି ଥାନାଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୧୪/୩/୨୦୨୩-----୧୧,୪୫ Sakhigopal News,14/3/2023