Breaking News

ପାଣି ଟାଙ୍କି ତିଆରି ସରିଛି, ମାତ୍ର ଟାଙ୍କିରେ ପାଣି ନାହିଁ

 
ବରଗଡ଼----  ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଗ୍ରାମ ଠାରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୧.୫ ଲକ୍ଷ୍ ଲିଟର ର ଏକ ପାଣି ଟାଙ୍କି ତିଆରି ହୋଇଛି । ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ। ଆଗକୁ ଗ୍ରୀଷ୍ମ ରୁତୁ ଆସୁଥିବାରୁ ପାନୀୟ ଜଳର ଅଭାବ ପରିଲକ୍ଷିତ ହେବ। ଏହାର ପମ୍ପ ହାଉସ୍ ନିର୍ମାଣ, ବାଉଣ୍ଡ୍ରୀରି, ବିଦ୍ୟୁତ ସବଷ୍ଟେସନ କୁ ମଧ୍ୟ ଗଛ ଲତା ଘେରି ଗଲାଣି। ଏହାର କାର୍ଯ୍ୟକାରିତା ବିଷୟରେ ଜଳଯୋଗାଣ ଅଧିକାରୀ ଉପଯୁକ୍ତ ପଦକ୍ଷେପ ନେବାକୁ ରେମଣ୍ଡା ଗ୍ରାମବାସୀଙ୍କ ଦାବୀ ହୋଇ ଆସୁଥିଲେ ମଧ୍ୟ କାର୍ଯ୍ୟକ୍ରମ ହୋଇପାରୁନାହିଁ। ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଉଚ୍ଚ ଅଧିକାରୀ ଆବଶ୍ୟକ ପଦକ୍ଷେପ ନେବାକୁ ରେମଣ୍ଡା ଜନସାଧାରଣ ଦାବି କରୁଛନ୍ତି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୩/୩/୨୦୨୩----୯,୫୫ Sakhigopal News ---13/3/2023

Blog Archive

Popular Posts