ସତ୍ୟବାଦୀରେ ଭ୍ରାମ୍ୟମାଣ ଆୟୁସ ଚିକିତ୍ସା ଶିବିର ଓ ସଚେତନତା ରଥ ଉଦଘାଟିତ. ଦୁଇଶହରୁ ଅଧିକ ଲୋକ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ନେଲେ
ସାକ୍ଷୀଗୋପାଳ---- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତର କଲ୍ୟାଣମଣ୍ଡପ ପରିସରରେ ଭ୍ରାମ୍ୟମାଣ ଆୟୁସ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର, ଆୟୁସ ନିର୍ଦ୍ଦେଶାଳୟ ଓଡିଶା ଭୁବନେଶ୍ୱର । ଜିଲ୍ଲା ଆୟୁବେଦ ଚିକିତ୍ସାଧିକାରୀ ପୂର୍ବଞ୍ଚଳ ମଣ୍ଡଳ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଥିଲା ।ଏହି ଶିବିରରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ରାଜ୍ୟ ସରକାର ଆୟୁବେଦ ଚିକିତ୍ସା ଘରେ ଘରେ ପହଞ୍ଚିବା ପାଇଁ ଏହା ହେଉଛି ସରକାରଙ୍କ ଏକ ଯୋଜନା ବୋଲି କହିଥିଲେ । ଜିଲ୍ଲା ଆୟୁବେଦ ଚିକିତ୍ସାଧିକାରୀ ଡ.ରେଣୁବାଳା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ବା ସ୍ୱାସ୍ଥ୍ୟ ସେବା ମେଳା ସତ୍ୟବାଦୀ ବ୍ଳକର ୧୦ ଟି ସ୍ଥାନରେ ୨୦ ଦିନ ଧରି ଅନୁଷ୍ଠିତ ହେବ ବୋଲି ସୁଚନା ଦେଇଥିଲେ । ଅନ୍ୟତମ ଅତିଥି ଭାବେ ପେଣ୍ଠପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଚିନ୍ମୟ ରାଉତ, ଡ. ବନ୍ଦିତାରାଣି ମିଶ୍ର, ଡ. ପ୍ରତିଭା ଶତପଥି, ଡ. ୍ରରୁଣ ମଲ୍ଳିକ, ଡ. ଦୁର୍ଯ୍ୟୋଧନ ବେହେରା, ଡ.ରାଜୀବ ଲୋଚନ ସେଠୀ, ଡ.ବିପିନି ଦାଶଙ୍କ ସହିତ ଯୋଗଦେଇ ଆୟୁବେଦର ଚିକିତ୍ସା କରିବା ପାଇଁ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଆହ୍ୱନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆୟୁବେଦ ସ୍ୱାସ୍ଥ୍ୟ ସମ୍ପର୍କରେ ଏକ ପ୍ରଚାର ପତ୍ର ଅତିଥି ମାନଙ୍କ ଦ୍ୱାରା ଛନ୍ମୋଚିତ କରାଯିବା ସହ ଏକ ଭାମ୍ୟମାଣ୍ୟ ସଚେତନତା ରଥ ଗାଡିକୁ ଅତିଥି ମାନେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଡ. ଗୌୀିଣଙ୍କର ପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ ସ୍ୱାସ୍ଥ୍ୟ ସେବାରେ ବହୁ ସଂଖ୍ୟାରେ ଲୋକମାନେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଯୋଜନାରୁ ଫାଇଦା ନେବାପୁ ସେ ଆହ୍ୱନ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ସେବାରେ ଅଙ୍ଗନୱାଡି, ଆଶାକର୍ମୀ ମାନଙ୍କ ସହି ପେଣ୍ଟପଡା ପଞ୍ଚାୟତର ୱାର୍ଡସଭ୍ୟସଭ୍ୟା ଓ ଆଖ ପାଖର ପ୍ରାୟ ୧୪୦ ଜଣ ମହିଳା ପୁରଷ ରୋଗୀ ମାନେ ସେମାନଙ୍କର ସ୍ୱାସ୍ଥ୍ୟଗତ ପରୀକ୍ଷା ଡାକ୍ତର ମାନଙ୍କ ଦ୍ୱାରା କରାଇ ହୋମିଓପାଥି ଓ ଆୟୁବେଦ ମେଡିସିନି ମାଗଣାରେ ପ୍ରଦାନ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୩/୨୦୨୩----୭,୧୦ Sakhigopal News , 14/3/2023