ଜୀବନ ମରଣ ସହ ଲଢେଇ କରୁଛନ୍ତି ସାଇ
ସାକ୍ଷୀଗୋପାଳ --- ଚଅ ବର୍ଷ ହେବ ରୋଗଶଯ୍ୟାରେ ପଡ଼ିରହିଛି ସାଇ । ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଏ ହେଉଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ବିଶ୍ଵନାଥପୁର ଦଳିତ ବସ୍ତିର କଥା । ଅଶୋକ ଭୋଇଙ୍କ ପୁଅ ହେଉଛି ସାଇ । ଜନ୍ମ ହେବାର ଏକ ବର୍ଷ ପର୍ଯ୍ୟନ୍ତ ସବୁ ଠିକ୍ ଠାକ୍ ଚାଲିଥିଲl । ଆସ୍ତେ ଆସ୍ତେ ପୁଅ ସାଇ ର ଗୋଡ଼ ସରୁ ହେବାରେ ଲାଗିଲା । ଯେତେବଳେ ସାଇ କୁ ମେଡିକାଲ୍ ନେଇ ଯାଆନ୍ତି ତ ଡାକ୍ତର କହିଲେ ସାଇ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହି ରୋଗ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ବୋଲି ଡାକ୍ତର କହିଥିଲେ । ଏହା ଶୁଣି
ବାପା ଅଶୋକ ଏତେ ପଇସା କେଉଁଠୁ ଆଣିବେ ଏବଂ ପୁଅ ସାଇ କୁ ଭଲ କରିବେ ସେ ଚିନ୍ତାରେ ପୁରା ପରିବାର ଭାଙ୍ଗି ପଡିଛନ୍ତି । ସେପଟେ ସାଇଙ୍କ ମା ଲକ୍ଷ୍ମୀ ପୁଅ ର ଏଭଳି ପରିସ୍ଥିତି ଦେଖି ପୁରା ପୁରି ଭାଙ୍ଗି ପଡିଛନ୍ତି । ବିଧବା ମା , ସ୍ତ୍ରୀ ,ଦୁଇ ପୁଅ ଓ ଝିଅ ଓ ପରିବାରର ବୋଝ ଅଶୋକଙ୍କ ଉପରେ। ସେପଟେ ଅଭାବ ଅନାଟନ ରେ ଘର ଖଣ୍ଡେ ବି ମଧ୍ୟ କରିପାରିନାହାନ୍ତି ଅଶୋକ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୩/୨୦୨୩---୯,୧୦ Sakhigopal News,3/3/2023