ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି
ଭଞ୍ଜନଗର--ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ଓ଼ ଭଂଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଏହି ଅଭିଯୋଗ ଶୁଣାଣିରେ 239ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ସଙ୍ଗେ ସଙ୍ଗେ 10ଟି ଅଭିଯୋଗର ଫଇସଲା କରାଯାଇଛି। ଆଜିର ଅଭିଯାଗ ସମୟରେ ସାମାଜିକ ସୁରକ୍ଷା ବିଭାଗ ତରଫରୁ 10ଜଣଙ୍କୁ ବିକଳାଙ୍ଗ ଭତ୍ତା ପ୍ରଦାନ କରିଥିବା ବେଳେ ଏହା ସହିତ ଦୁଇ ଜଣକୁ ଆଶାବାଡି ଅନ୍ୟ ଦୁଇ ଜଣକୁ ହୁଇଲ ଚେୟାର ପ୍ରଦାନ କରାଯାଇଛି।ଅଭିଯୋଗ,ଗ୍ରହଣ କରିଥିବା ଆବେଦନଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ଅରକ୍ଷୀ ଅଧିକ୍ଷକ ଓ଼ ଉପଜିଲ୍ଲାପାଳ ନିର୍ଦେଶ ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣି ସମୟରେ ଭଞ୍ଜନଗର ଏସ.ଡ଼ି.ପି.ଓ. ଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର, ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୀତାଂଶୁ କୁମାର ଶତପଥୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ,ଭଂଜନଗର ତହସିଲଦାର ଅଚ୍ୟୁତା ନନ୍ଦ ଯାନୀ,ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ କୁମାର ମହାନ୍ତି,ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ଶ୍ରୀ ଅନିଲ କୁମାର ପଣ୍ଡା, ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୧/୨୦୨୩----୯,୧୫ Sakhigopal News,16/1/2023