ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସ୍ବଛତା ଆଣିବା ପାଇଁ ଅଭିଯୋଗ ବାକ୍ସ
ସାକ୍ଷୀଗୋପାଳ ---- ପୁରୀ ଜିଲା ସତ୍ଯବାଦୀ ବ୍କକ କାର୍ଯାଳୟ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ ସ୍ବଛତା ଆଣିବା ପାଇଁ ଅଭିଯୋଗ ବାକ୍ସ ଲାଗିଲା । ଗତ ଫନି ବାତ୍ଯା ରେ ସତ୍ଯବାଦୀ ବ୍କକ ରେ ହଜାର ହଜାର ଘର ଭାଙ୍ଗି ରୁଜି ଯାଇଥିଲା । ସେହିଦିନଠାରୁ ଗରିବ ଲୋକମାନେ ପାଲତଳେ ରହୁଥିବା ଦେଖିବାକୁ ମିଳୁଛି । ଲୋକମାନଙ୍କର ଏହି ଦୁର୍ଦ୍ଦିନ ରେ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ହିତାଧିକାରୀ ଙ୍କୁ ପକ୍କା ଘର ଯୋଗାଇ ଦେବାପାଇଁ ଘୋଷଣା କରାଗଲା। ତିନି ତିନି ଥର ସରକାରଙ୍କ ପକ୍ଷରୁ ତଦନ୍ତ କରାଯାଇ ହିତାଧିକାରୀ ମାନଙ୍କ ତାଲିକା ପ୍ରସ୍ତୁତ ସରକାରଙ୍କ ପକ୍ଷରୁ କରାଯାଇ ଥିଲା । ଏବେ ସରକାରୀ ତାଲିକା ପ୍ରକାଶ ପାଇବା ପରେ କେତେକ କୋଠାବାଡି ଥିବା ଓ ଧନଶାଳୀ ଅଯୋଗ୍ୟ ଲୋକଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ମଞ୍ଜୁର ହୋଇଛି । ସେହିପରି ପ୍ରକୃତରେ ଯେଉଁମାନେ ଘର ପାଇବା ପାଇଁ ଯୋଗ୍ୟ ସେମାନଙ୍କ ସରକାରୀ ତାଲିକା ରେ ନାଆଁ ନଥିବା ର ଅଭିଯୋଗ ହେଉଥିଲା । ପୁନରାୟ ଦୁଆର ଦୁଆର ବୁଲି ସମସ୍ତ ବିଷୟ ତଦନ୍ତ କରିବା ସମ୍ଭବ ହେଉ ନଥିବା ଦ୍ରୁଷ୍ଟି ରୁ ସତ୍ଯବାଦୀ ବ୍କକ କାର୍ଯାଳୟ ସମ୍ମୁଖ ରେ ଅଭିଯୋଗ ବାକ୍ସ ଲଗାଯାଇଛି । ଯାହାର ଅଭିଯୋଗ କରିବାର ଅଛି ସେଥିରେ ଅଭିଯୋଗ ଲେଖି ପକାଇ ପାରିବେ । ବାକ୍ସ ରେ ପଡିଥିବା ଅଭିଯୋଗ ଗୁଡିକ ସତ୍ଯବାଦୀ ବିଡିଓ ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ଲୋଚନ ଦାସ ଠାରୁ ଜଣାପଡିଛି । ସୂଚନାଯୋଗ୍ୟ ; ଅପ୍ରିତିକର ପରିସ୍ଥିତି ଏଡ଼ାଇବା ପାଇଁ ଯେଉଁମାନେ ଅଯୋଗ୍ୟ ଲୋକଙ୍କ ନାମରେ ଅଭିଯୋଗ ଦାଖଲ କରିବେ ଅଭିଯୋଗକାରୀଙ୍କ ନାମ ଓ ଠିକଣା ଦେବା ଦରକାର ନାହିଁ ବୋଲି ଏବିଡିଓ ଅରକ୍ଷିତ ପ୍ରଧାନଙ୍କ ଠାରୁ ସୁଚନା ମିଳିଛି ।