Breaking News

ବନ୍ଧାଗୋଛା ଜଙ୍ଗଲରୁ ମୃତ ହାତୀର ଦାନ୍ତ ଲୁଟ୍ ଘଟଣା ..... ମୁଖ୍ୟ ଅଭିଯୁକ୍ତ କୁ ଉଠାଇ ନେଲା ବନବିଭାଗ


ଭଞ୍ଜନଗର - ହାତୀ ମାରି , ଦାନ୍ତ ଲୁଟି ନେବା ଘଟଣାର ୪ ମାସ ପରେ ମୁଖ୍ୟ ଅଭିଯୁକ୍ତ କୁ ଉଠାଇ ନେଇଛି ବନ ବିଭାଗ । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ର ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ବନ୍ଧଗୋଛା ଜଙ୍ଗଲରେ ଗତ ଜୁଲାଇ ମାସରେ ଘଟିଥିଲା ଏହି ଘଟଣା । 
ଏକ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ , ନିକଟସ୍ଥ ବେଲାଟୁନୁ ଗ୍ରାମର ଜଣେ ବ୍ୟକ୍ତିକୁ ବନ ବିଭାଗ ଅଟକ ରଖିଥିବା ଜଣା ପଡ଼ିଛି । ତଥାପି ଖବର ଲେଖା ଶେଷ ସୁଧା ବନବିଭାଗ ଅଧିକାରୀ ଏ ସଂକ୍ରାନ୍ତରେ କୈାଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । 
ଖବର ଅନୁସାରେ ଗତ ଜୁଲାଇ ୫ ତାରିଖରେ ବନ୍ଧାଗୋଛା  ଅଞ୍ଚଳରେ ଏକ ଦନ୍ତାହାତୀ ର ମୃତଦେହ ପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଖବର ପାଇଥିଲା ବନବିଭାଗ । ଘଟଣା ସ୍ଥଳରେ ପହଞ୍ଚି ଦନ୍ତାହାତୀ ର ମୃତଦେହ କୁ ଜବତ କରିଥିଲା ବନବିଭାଗ । ଏହାସହ ମୃତ ହାତୀର ଦାନ୍ତ କୁ କୈାଣସି ଦୁର୍ବୃତ୍ତ କାଟିନେଇଥିବା ସ୍ପଷ୍ଟ ହୋଇଥିଲା । ହାତୀ ମୃତ୍ୟୁ କୁ ନେଇ  ସେ ସମୟରେ ସାଧାରଣ ରେ କୁହାଗଲା ହାତୀକୁ ଗୁଳି କରି ଶିକାର କରାଯାଇଛି । କିନ୍ତୁ ବ୍ୟବଛେଦ ପରେ ମଧ୍ୟ  ହାତୀ  ଶିକାର କିମ୍ବା ଗୁଳିକରି କରିବା ବିଷୟକୁ ବନବିଭାଗ ସ୍ପଷ୍ଟ କଲା ନାହିଁ । ଯାହାଫଳରେ ବାଟଘାଟ ରେ ଆଲୋଚନା ହେଲା । ବନ୍ଧାଗୋଛା ଜଙ୍ଗଲରେ , ବନବିଭାଗ ଆଖିରେ ଧୂଳି ଦେଇ ଶିକାରୀ ମାନେ ଏଭଳି ଘଟଣା ଘଟାଇଛନ୍ତି । ପରବର୍ତ୍ତୀ ସମୟରେ ଦାନ୍ତ କାଟି ନେବା ଅଭିଯୋଗରେ ବେଲାଟୁନୁ ଗ୍ରାମର ବାପା ପୁଅ ଓ ପୁତୁରା ଙ୍କୁ ଗିରଫ କଲା ବନବିଭାଗ । ସେମାନଙ୍କ ଠାରୁ ୪ କିଲୋ ୭୦୦ ଗ୍ରାମ ଓଜନର ଦୁଇଟି ହାତୀଦାନ୍ତ କୁ ମଧ୍ୟ ଜବତ କରିଥିଲା ବନବିଭାଗ । ଘଟଣା ପରେ ସଂପୃକ୍ତ ଅଭିଯୁକ୍ତ ମାନେ ଲୁଟି ନେଇଥିବା ହାତୀଦାନ୍ତ କୁ ଗାଁ ନିକଟ ଏକ ସ୍ଥାନରେ ମାଟି ଖୋଳି ପୋତି ଦେଇଥିଲେ । ଏ ସଂକ୍ରାନ୍ତରେ ବନବିଭାଗ ଗଣମାଧ୍ୟମ କୁ ପରବର୍ତ୍ତୀ ସମୟରେ ସୂଚନା ଦେଇଥିଲା । ଏବଂ  ସେହି ଦିନଠାରୁ ଠାରୁ ଏହି ଘଟଣା ର ମୁଖ୍ୟ ଅଭିଯୁକ୍ତ ଫେରାର ରହିଥିବା ବେଳେ ଏବେ ବନ ବିଭାଗ ହାତରେ ଧରାପଡ଼ିଥିବା ସୁଚନା ମିଳିଛି । ଏହି ଘଟଣା ରାଜ୍ୟରେ ଏକ ଚର୍ଚ୍ଚିତ ଘଟଣା ଏବଂ ଉତ୍ତର ଘୁମୁସର ବନଖଣ୍ଡ ରେ ପ୍ରଥମ ଘଟଣା ହୋଇଥିବା ବେଳେ , ହାତୀଦାନ୍ତ ତସ୍କର ଙ୍କ ଉପସ୍ଥିତି ନେଇ ଆଲୋଚନା ହୋଇଥିଲା । ଏବେ ପ୍ରଶ୍ନ ଉଠୁଛି , ପୂର୍ବରୁ ଗିରଫ ହୋଇଥିବା ୩ ଜଣଙ୍କ ସମେତ , ବର୍ତମାନ ଅଟକ ଥିବା ବ୍ୟକ୍ତି ହିଁ  ବନ୍ଧାଗୋଛା ଜଙ୍ଗଲର ହାତୀ ମୃତ୍ୟୁ ଘଟଣା ରେ ମୁଖ୍ୟ ଅଭିଯୁକ୍ତ  , ନା' ଆଉ କିଏ ରହିଛି ?। ଏହି ଘଟଣା ପରେ ବନବିଭାଗ ର ଦୁଇଜଣ ତଳିଆ କର୍ମଚାରୀ ଙ୍କୁ  କାର୍ଯ୍ୟରେ ଅବହେଳା ପାଇଁ  ନିଲମ୍ବିତ କଲା ବନବିଭାଗ । ଏକଥା ବି ସାଧାରଣ ରେ ପ୍ରଶ୍ନ ଉଠୁଛି ସଂପୃକ୍ତ ଜଙ୍ଗଲରେ ହାତୀମୃତ୍ୟୁ ଘଟଣାରେ  ନିଲମ୍ବିତ ହୋଇଥିବା ବନ କର୍ମଚାରୀ ମାନେ ହିଁ କେବଳ ଦାୟୀ , ନା' ଆଉ କୈାଣସି ବନ କର୍ମଚାରୀ ଏଥିପାଇଁ ଦାୟୀ ରହିଛନ୍ତି ? । ଏମିତି ଗିରଫ ଓ ନିଲମ୍ବନ କରି ବନ ବିଭାଗ ହାତୀ ମୃତ୍ୟୁ ଘଟଣାର ଫାଇଲ୍ କୁ ବନ୍ଦ କରିଦେବ , ନା' ଘଟଣାର ମୂଳ ପର୍ଯ୍ୟନ୍ତ ପହଞ୍ଚିବ ବିଭାଗୀୟ ଉଚ୍ଚାଧିକାରୀ ।  ଯଦି ବାସ୍ତବ ଭୂଲ୍ କୁ ଖୋଜି ବାହାର କରାନଯାଏ , ତା'ହେଲେ ହାତୀ ସୁରକ୍ଷା ଘଟଣା କେତେଦୂର ସ୍ବଚ୍ଛ ରହିବ ତାହା ଆସନ୍ତା ଦିନ ହିଁ ନିର୍ଧାରଣ କରିବ ବୋଲି , ବୁଦ୍ଧିଜୀବୀ ମହଲରେ ହେଉଥିବା ଆଲୋଚନା ହେଉଛି   । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୧୧/୨୦୨୨--- ୫,୨୦ Sakhigopal News,12/11/2022

Blog Archive

Popular Posts