Breaking News

ଶିଶୁ ଶିକ୍ଷା ନିକେତନରେ ଶିଶୁ ମହୋତ୍ସବ ଅନୁଷ୍ଠିତ




ଜଟଣୀ ---ସ୍ଥାନୀୟ "ଶିଶୁ ଶିକ୍ଷା ନିକେତନ ' ବିଦ୍ୟାଳୟର ପରିସରରେ ଶିଶୁ ଦିବସ ଅବସରରେ ଏକ "ଶିଶୁ ମହୋତ୍ସବ 'ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟର ଅଧକ୍ଷ ବି. ଏନ. ପଟ୍ଟନାୟକଙ୍କ ସୂଚନା ଅନୁସାରେ ଶିଶୁ ମାନେ ହେଉଛନ୍ତି ଦେଶର ଭବିଷ୍ୟତ । ସେମାନଙ୍କର ମନୋବଳ ଏବଂ ଜ୍ଞାନର ବିକାଶ ପାଇଁ ଶିଶୁମାନଙ୍କ ମଳିତ ସହଯୋଗରେ ଏକ "ଶିଶୁ ମହୋତ୍ସବ 'ଅନୁଷ୍ଠିତ ହୋଇ ଯାଇଅଛି । ଏହି ମେଳାରେ ବିଜ୍ଞାନ ପଦର୍ଶନୀ, ଅଭିଜ୍ଞ ଆୟୁର୍ବେଦିକ ଡାକ୍ତରଙ୍କ ଦ୍ୱାରା ଶିଶୁମାନଙ୍କ ମାଗଣା ଚିକିତ୍ସା ବ୍ୟବସ୍ଥା, କଳା ହସ୍ତଶିଳ୍ପ ଏବଂ ସୌକିନ ପଦାର୍ଥର ସମାହାର, ଖେଳ ପଦର୍ଶନୀ ଯାହାକି ଶିଶୁମାନେ ଏହି ଖେଳରେ ଭାଗ ନେଇ ପୁରସ୍କାର ଜିତିବାର ସୁଯୋଗ, ପୁରାତନ ବହିର ପୁସ୍ତକ ମେଳା, ଏବଂ ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ଷ୍ଟଲ ଖୋଲା ଯାଇଥିଲା । ଏହି ପଦର୍ଶନୀରେ ଅତିଥି ରୂପେ ଜି ସାର୍ଥକର "ଝିଲ୍ଲୀ 'ଧାରାବାହିକରେ ଚଗୁଲୁ ଓ ବଗଲୁ ନାମରେ ଅଭିନୟ କରୁଥିବା ଦୁଇ ଯାଆଁଳା ଭାଇ ଶ୍ରୀ ଏବଂ ସାଇ ଯୋଗଦେଇ ଶିଶୁ ମାନଙ୍କର ଖୁସି ଏବଂ ଆଗ୍ରହକୁ ଆହୁରି ଦୁଇ ଗୁଣିତ କରିଥିଲେ । ଏହି ପଦର୍ଶନୀ ଦେଖିବାପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅବିଭାବକ, ସ୍ଥାନୀୟ ଅଞ୍ଚଳର ଅଧିବାସୀ ଆସି ବିଭିନ୍ନ ସୁସ୍ୱାଦୁ, ଘରୋଇ ଖାଦ୍ୟ ଖାଇ, ବିଭିନ୍ନ ପଦର୍ଶନୀର ମଜା ନେଇ ଶିଶୁ ମାନଙ୍କ ଆଗ୍ରହ ଏବଂ ମନୋବଳକୁ ଉତତ୍ସାହିତ କରାଇଥିଲେ । ଏହି ମେଳାକୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଯଥା -ଗୋକୁଳ ଚରଣ ପଟନାୟକ, ଖୁରସିଦ ଅଲ୍ଲୀ ଖାନ, ସାବରିନ ନିଶା ଏବଂ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ ସୁଚାରୁ ରୂପେ ସମ୍ପାଦନ ହୋଇଅଛି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ , ୧୩/୧୧/୨୦୨୨---୨,୧୦ 
Sakhigopal News,13/11/2022

Blog Archive

Popular Posts