Breaking News

ଅଧିକ ଅମଳକ୍ଷମ ଧାନ ପାଇବା ପାଇଁ ଜୈବିକ ସାରରେ କଳାଶିରି ଧାନଚାଷ


     




  ସାକ୍ଷୀଗୋପାଳ----- ଧାଡ଼ି ମାଧ୍ୟମରେ ଧାନ ଚାଷ କରିବା ସହ ଅଧିକ ଅମଳକ୍ଷମ ବିହନ ବ୍ଯବହାର କରିବା ସହ ଜୈବିକ ସାର ପ୍ରୟୋଗ କରିବାକୁ ଚାଷୀ ମାନଙ୍କୁ କୃଷି ବିଭାଗ ପକ୍ଷରୁ  ପରାମର୍ଶ ଦିଆଯାଉଛି । ଏହାକୁ ନଜର ଦେଇ  ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ବଳପୁର ଗ୍ରାମର ବିହାରୀ ବେହେରାଙ୍କ ପୁତ୍ର ଦୁର୍ଯ୍ୟୋଧନ ବେହେରା  ଅଧିକ ଅମଳକ୍ଷମ ବିହନ ସଂଗ୍ରହ କରି ନିଜର ୫୦ ଡିସିମିଲ ଜମିରେ କଳାଶିରି ଧାନ ଚାଷ କରିଛନ୍ତି  । ଏହି ଧାନର ଚାଉଳ ଡାଇବେଟିସ ରୋଗୀଙ୍କ ପାଇଁ ଉପାଦେୟ ବୋଲି କୃଷି ବିଭାଗ ଓ ଡାକ୍ତର ମାନେ କହନ୍ତି  । ଉକ୍ତ ଧାନଗଛ କଳା , ଧାନ ଓ ଚାଉଳ ମଧ୍ଯ କଳା ଦେଖା ଯାଇଥାଏ  । ବଜାରରେ ଏହି ଚାଉଳ ର କିଲୋଗ୍ରାମ ପ୍ରତି ୧୮୦ ଟଙ୍କାରେ ବିକ୍ରୀ କରାଯାଉଛି  । ଏହି ଧାନ ଚାଷ କରିବା ପାଇଁ ଉକ୍ତ ଜମିରେ ଜୈବିକ ସାର ପ୍ରୟୋଗ କରାଯାଇଛି ବୋଲି ଚାଷୀ ଶ୍ରୀ ବେହେରା କହନ୍ତି  । ବାହାର ରାଜ୍ଯ ର ଚାଷୀମାନେ ଏହି ଧାନଚାଷ ବହୁଳ ଭାବରେ କରି ଭଲ ଦିପଇସା ରୋଜଗାର କରୁଛନ୍ତି ବୋଲି କୃଷି ଅଧିକାରୀ ମାନେ ମତପ୍ରକାଶ କରିଛନ୍ତି   । ସେହିପରି ଏହି ଧାନଚାଷ କଲେ ଅଧିକ ଅମଳ ଦେଇଥାଏ  । ଏହି ଧାନକୁ ଜୈବିକ ପଦ୍ଧତିରେ ଚାଷ କଲେ ରୋଗପୋକର ସମ୍ଭାବନା ଖୁବ କମ ବୋଲି  ସାକ୍ଷୀଗୋପାଳର କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସଞ୍ଜୟ କୁମାର ମହାନ୍ତି  ମତପ୍ରକାଶ କରିଛନ୍ତି  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୧୧/୨୦୨୨---୩,୨୦ Sakhigopal News,13/11/2022 

Blog Archive

Popular Posts