ଖଣ୍ଡପଡ଼ା, ଗୋଛାବାରି ଅଙ୍ଗନବାଡି କନ୍ଦ୍ରରେ ଶୌଚାଳୟ,ପାଚେରୀ କି ବିଦୂତ ନାହିଁ।ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି
ନୟାଗଡ଼, ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କିଆଝର ପଂଚୟତର ଗୋଛାବାରି ଅଙ୍ଗନବାଡି କେନ୍ଦ୍ରଟି ସୁରକ୍ଷିତ ଅବସ୍ଥାରେ ନାହିଁ।ଏହି ଅଙ୍ଗନବାଡି କେନ୍ଦ୍ରଟି କୋସ୍କା, ଖଳିସାହି ପୂର୍ତ୍ତ ବିଭାଗୀୟ ରାସ୍ତା ପାର୍ଶ୍ଵରେ ଥିବାବେଳେ, ଏହି କେନ୍ଦ୍ରଟିରେ ସୁରକ୍ଷା ପାଚେରୀ ନଥିବାରୁ କେନ୍ଦ୍ରଟି ବହୁ ଅସୁବିଧାର ସମ୍ମୁଖିନ ହେଉଅଛି। ଅଙ୍ଗନବାଡି କେନ୍ଦ୍ରରେ ବିଦ୍ୟତୁ ବୀବସ୍ଥା ନଥିବା ବେଳେ ପିଲାଙ୍କ ପାଇଁ ଶୌଚାଳୟ ମଧ୍ୟ ନାହିଁ। ଅଙ୍ଗନବାଡି ଗୃହଟି ଦୀର୍ଘ 15 ବର୍ଷ ହେଲା ନିର୍ମାଣ ହୋଇଥିଲା ବେଳେ ଘରର କାଂଥ ଓ ଛାତ ଉପରୁ ପାଣି ନିର୍ଗତ ହେଉ ଅଛି,ଏହି ଅବ୍ୟବସ୍ଥା ସମ୍ପର୍କରେ ବିଭାଗିୟ ଅଧିକାରି ସବୁ ଦେଖିଥିଲେ ମଧ୍ୟ କୌଣସି ପଦେକ୍ଷପ ନେଉଥିବା ଜଣା ପଡ଼ିଛି।,ସରକାର ମହିଳା ଓ ଶିଶୁଙ୍କ ପାଇଁ ବହୁ ଯୋଜନା କରୁଛନ୍ତି,ଶିଶୁଙ୍କ ବିକାଶ ପାଇଁ ଅଙ୍ଗନବାଡି କେନ୍ଦ୍ର କରୁଛନ୍ତି, କିନ୍ତୁ କେନ୍ଦ୍ରରେ ପିଲାଙ୍କ ପାଇଁ ଶୌଚଳୟ ,ପାଚେରୀକି ବିଦ୍ୟତୁ ବ୍ୟବସ୍ଥା ନଥିବାରୁ କୋମଳ ମତି ଶିଶୁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଏଣୁ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଭାରତୀୟ ବିକାଶ ପରିଷଦର ନୟାଗଡ ଜିଲ୍ଲା ସଭାପତି ତ୍ରିନାଥ ନାୟକ ଓ ସମ୍ପାଦକ ଏବଂ ଅନ୍ତର୍ଜାତୀୟ ମାନବିକ ଅଧିକାର ରକ୍ଷକ ନିରଂଜନ ଦାସ ଦାବି କରିଛନ୍ତି।