Breaking News

ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ଚିକିତ୍ସା ପାଇଁ ସହଯୋଗ ପାଇଁ ନିବେଦନ

 

ସାକ୍ଷୀଗୋପାଳ ---- ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ସାରଙ୍ଗଯୋଡ଼ି ଗ୍ରାମ ପଞ୍ଚାୟତ ର ମଳୁଖପାଟଣା ଗ୍ରାମର ଜଗନ ଦାସ ଏବେ ତାଙ୍କର ଚିକିତ୍ସାରେ ଅର୍ଥ ପ୍ରତିବନ୍ଧକ ସାଜିଛି। ସେ ପିଲାବେଳୁ ଶ୍ରବଣ ଶକ୍ତି ହରାଇଥିଲେ। ଏବେ ତାଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇପଡିଛି। ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରିବା ପରେ ଭଲ ନ ହେବାରୁ ଭୁବନେଶ୍ୱର ବେସରକାରୀ ମେଡିକାଲ ରେ ଚିକିତ୍ସା ହେଲେ। ପ୍ରତି ସପ୍ତାହରେ ଦୁଇଥର ଡାଇଲୋସିସ କରିବାକୁ ପଡିଲା। ଜଗନ ବାପା ନରେନ୍ଦ୍ର ଦାସ ଜଣେ ଦିନ ମଜୁରିଆ ଓ ଫେରି ବେପାର କରିଥାନ୍ତି। ସେଥିରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳାଇବା ସହ ଯାହା କିଛି ସାଇତି ରଖିଥିଲେ ପୁଅର ଚିକିତ୍ସା ରେ ସବୁ ଖର୍ଚ୍ଚ କରିଦେବା ପରେ ଏବେ ହାତରୁ ପଇସା ସରିଗଲା ପରେ ଉପାୟଶୂନ୍ୟ ହୋଇଯାଇଛନ୍ତି ନରେନ୍ଦ୍ର। ନରେନ୍ଦ୍ର ଭାବିଥିଲେ ଯେ ତାଙ୍କ ପୁଅ ଭଲ ହୋଇଯିବ । ମାତ୍ର ତାଙ୍କର ଆଶା ଆଶାରେ ରହିଗଲା। ସଞ୍ଚୟ କରିଥିବା ରଖିଥିବା ଟଙ୍କା ଶେଷ ହୋଇଗଲା ମାତ୍ର ପୁଅର ଦେହ ଭଲ ହେଲା ନାହିଁ। ଶେଷରେ ପଇସା ନ ଥିବାରୁ ଜଗନ ଏବେ ଘରେ ପଡି ଜୀବନ ସହ ସଂଗ୍ରାମ ଜାରି ରଖିଛନ୍ତି। ଏବେ ଜଗନର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ତୁରନ୍ତ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସାହାଯ୍ୟ ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଏହା ସହିତ କୈାଣସି ବ୍ୟକ୍ତି ବା ଅନୁଷ୍ଠାନ ସାହାଯ୍ୟ କରିବାକୁ ଚାହୁଁଥାନ୍ତି ତାହେଲେ ନରେନ୍ଦ୍ର ଙ୍କ ଫୋନ ନମ୍ବର ୮୧୪୪୯୭୧୮୦୩ରେ ଯୋଗା ଯୋଗ କରିବାକୁ ସେ ନିବେଦନ କରିଛନ୍ତି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୧୧/୨୦୨୨---୯,୧୫ Sakhigopal News,9/15/2022

Blog Archive

Popular Posts