୨ ବାଘ ଶିକାର ଘଟଣା ;ହାଇକୋର୍ଟ ନିର୍ଦ୍ଦେଶ ପରେ ପୁର୍ବତ ଏସିଏଫ ,ରେଞ୍ଜରଙ୍କ ସମେତ ୧୫ ଜଣଙ୍କ ନାମରେ ମାମଲା
ନୟାଗଡ଼---ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ ନୟାଗଡ଼ ଜିଲ୍ଲା ର ଅସୁର କୁମାରୀ ଜଙ୍ଗଲ ରେ ୨୦୨୦ ଏପ୍ରିଲ ରେ ଘଟିଥିବା ୨ବାଘ ଶିକାର ଘଟଣାର ଗୁମର ଖୋଲିଛି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରଣପୁର ଥାନା ପୋଲିସ 195/2022ଏକ ମାମଲା ରୁଜୁ କରି ଖୋର୍ଦ୍ଧା ବନଖଣ୍ଡର ତତକାଳୀନ ଏସିଏଫ ରବୀନ୍ଦ୍ର ମହାପାତ୍ର ,ଭାରପ୍ରାପ୍ତ ସହକାରୀ ରେଞ୍ଜର ଶରତ ଚନ୍ଦ୍ର ଶତପଥୀ ,ଫରେଷ୍ଟ ଗାର୍ଡ ରୀତା ସାହୁ ,ରଣପୁର ଫରେଷ୍ଟର କୈବଲ୍ୟ ବେହେରା,ମା ଅସୁରକୁମାରି ବନ ସୁରକ୍ଷା ସମିତି ସଭାପତି ସଦାଶିବ ଇନ୍ଦ୍ରଜିତ ଓ ସମ୍ପାଦକ ବିଜୟ କୁମର ପରିଡା ,ବଜ୍ରକୋଟ ଗାଁ ସଭାପତି ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ସମେତ ୧୫ ରୁ ଉର୍ଦ୍ଧ୍ବ ଜଣଙ୍କ ନାମ ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ବାଘ ଶିକାର ଓ ଜାଲ ରେଜୁଲେସନ କରି କିପରି ଏହି ଘଟଣା କୁ ଚାପି ଦିଆଯାଇଥିଲା ସେ ନେଇ ଅଭିଯୋଗକରି ରଣପୁର ଥାନା ରେ ଅଭିଯୋଗ ହୋଇଥିଲା ।
ଚାପିଦେବାକୁ ଉଦ୍ୟମ କରିଥିଲେ ବନ ବିଭାଗ
। ହାଇକୋର୍ଟ ନିର୍ଦ୍ଦେଶ ପରେ ପୋଲିସ ର ଭାଙ୍ଗିଛି ନିଦ। ଏପରି କି ଏସପିଙ୍କୁ ମଧ୍ୟ ଅବଗତ କରାଯାଇଥିଲା।ହେଲେ ସେହି ସମୟରେ ରଣପୁର ଥାନା ଆଇ ଆଇ ସି ଓ ନୟାଗଡ଼ ଏସପି ଘଟଣା ଟିକୁ ଅଣ ଦେଖା କରି ବନବିଭାଗ କୁ ସୁରକ୍ଷା ଦେଇଥିବା ଅଭିଯୋଗ କରି କୋର୍ଟ ରେ ମାମଲା ରିଜୁ ହୋଇଥିଲା । ବଜ୍ରକୋଟ ଗାଁ ର ଲିଙ୍ଗରାଜ ସାମନ୍ତରାୟ ଙ୍କ ଅଭିଯୋଗ ଅନୁଯାୟୀ ୨୦୨୦ ଏପ୍ରିଲ ରେ ଅସୁରକୁମାରି ସଂଗଠିତ ଜଙ୍ଗଲ ର ବଜ୍ରକୋଟ ଅଞ୍ଚଳରେ ଦୁଇଟି ବାଘ ଶିକାର କରାଯାଇଥିଲା। ଶିକାରୀ ମାନେ ବନ୍ୟଜନ୍ତୁଙ୍କ ଶିକାର ପାଇଁ କରିଥିବା ବିଦ୍ୟୁତ ଫାସରେ ପଡି ମା ଓ ଛୁଆ କଲରାପତରିଆ ବାଘ ର ମୃତ୍ୟୁ ଘଟିଥିଲା ।ଶିକାରୀ ମାନେ ବାଘ ର ହାତ ଓ ଚମଡା ନେଇଯାଇଥିଲେ ମଧ୍ୟ କିଛି ଅଂଶ ରାସ୍ତାରେ ପଡି ରହିଥିଲା। ଏ ନେଇ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବାପରେ ବନବିଭାଗର ନିଦ ଉଡିଯାଇଥିଲା। ପରେ ବାଘ ଶିକାର ର ତଦନ୍ତ ହୋଇଥିଲା ।ରଣପୁର ବନ ବିଭାଗ କର୍ମଚାରୀ ଓ ଅଧିକାରୀ ବାଘ ଶିକାର ଘଟଣା ର ଖୋଳତାଡ଼ କରିଥିଲେ।ପରେ ବିଭାଗ କର୍ମଚାରୀ କିଛି ଚମଡା, ହାତ, ଜବତ କରିଥିଲେ। ତେବେ ବାଘ ଶିକାର କିଏ କଲା ଓ କାହିଁକି କଲା ତା ର ତଦନ୍ତ ନ ହୋଇ ଉକ୍ତ ଘଟଣା କୁ ଚାପିଦେବାପାଇଁ ଉଦ୍ୟମ ହୋଇଥିଲା।
ଅସୁରକୁମାରୀ ଜଙ୍ଗଲ ରେ ବାଘ ନାହାନ୍ତି ବୋଲି ରିପୋର୍ଟ ଦିଆଯାଇଥିଲା। ଏପରିକି କେହି ବାଘ ଚମଡା ଓ ହାତ ଆଣି ଅସୁରକୁମାରୀ ରେ ଫୋପାଡ଼ି ଦେଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଥିଲା ।ବନ ବିଭାଗ କୁ ଦମନ କରିବା ପାଇଁ ଷଡଯନ୍ତ୍ର କରାଯାଇଥିବା ରିପୋର୍ଟ ରେ ଦର୍ଶାଯାଇଥିଲା। ବଜ୍ରକୋଟ ଗାଁ ର ଲୋକଙ୍କ ଠାରୁ ସ୍ୱାକ୍ଷର ନେବା ପାଇଁ ତତ୍ କାଳୀନ ଭାରପ୍ରାପ୍ତ ରେଞ୍ଜର ଓ କର୍ମଚାରୀ ଗାଁ କୁ ଆସି ଲୋକଙ୍କୁ ବୁଝା ଶୁଝା କରିଥିଲେ। ହେଲେ କେତେ ଜଣ ଲୋକ ଯୁକ୍ତି ବାଢିଥିଲେ ଅସୁରକୁମାରୀ ଜଙ୍ଗଲରେ ବାଘ ଚଳପ୍ରଚଳ ହେଉଛନ୍ତି। ସ୍ଥାନୀୟ ଲୋକେ ବାଘ କୁ ବିଭିନ୍ନ ସମୟରେ ଦେଖିଛନ୍ତି।ଏପରିକି ବାଘ ଛେଳି ଖାଇଥିବାର ଲୋକେ ବିଭାଗ କୁ କହିଥିଲେ ।ଏହାପରେ ବିଭାଗ କର୍ମଚାରୀ ଫେରିଯାଇ ଉକ୍ତ ଘଟଣା କୁ ଲୁଚେଇବାପାଇଁ ଯୋଜନା କରିଥିଲେ ।ଏ ନେଇ ଲିଙ୍ଗରାଜ ଆରଟି ଆଇ ରେ ତଥ୍ୟ ମାଗିଥିଲେ । ତଦନ୍ତ ରେ ବ୍ୟାଘାତ ସୃଷ୍ଟି ହେବ ଦର୍ଶାଇ ଜନସୂଚନା ଅଧିକାରୀ ଖୋର୍ଦ୍ଧା ଡିଏଫଓ ଙ୍କ କାର୍ଯ୍ୟାଳୟ ,ଜନସୂଚନା ଅଧିକାରୀ ଜଙ୍ଗଲ ଓ ପରିବେଶ ବିଭାଗ ଦେଇ ନ ଥିଲେ । ପରବର୍ତ୍ତୀ ସମୟରେ ପିସି ଏଫ ଙ୍କୁ ସୂଚନା ଆଇନ ରେ ତଥ୍ୟ ମାଗିଥିଲେ।ସୂଚନା ଅଧିକାର ରେ ମିଳିଥିବା ତଥ୍ୟରୁ ବାଘ ଶିକାର ଘଟଣା କୁ ଲୁଚାଯାଇଥିବା ଜଣାପଡିଥିଲା ।ମା ଅସୁରକୁମାରୀ ବନ ସୁରକ୍ଷା ସମିତି ବଜ୍ରକୋଟ ର ବୈଧତା ନଥିବା ବେଳେ ଏହା କାର୍ଯ୍ୟକାରୀ ସଭାପତି ସଦାଶିବ ଇନ୍ଦ୍ରଜିତ ଓ ସମ୍ପାଦକ ବିଜୟ କୁମାର ପରିଡା ଫେକ୍ ରିଜୋଲୁଶନ ତିଆରି କରି ଜଙ୍ଗଲ ରେ ବାଘ ନଥିବା ଦର୍ଶାଇ ଥିଲେ। କେହି ବାଘ ଶିକାର କରିବା ପରେ ଅସୁରକୁମାରୀ ଜଙ୍ଗଲ ରେ ଫୋପାଡ଼ି ଦେଇଛନ୍ତି।ସମ୍ପୃକ୍ତ ବ୍ୟକ୍ତି ରଣପୁର ବନ ବିଭାଗ,ବଜ୍ରକୋଟ ଗ୍ରାମ ବାସି ଓ ମା ଅସୁରକୁମାରୀ ବନ ସୁରକ୍ଷା ସମିତି କୁ ଦମନ କରିବାକୁ ଏପରି କରିଛନ୍ତି ବୋଲି ରିପୋର୍ଟ ରେ ଦର୍ଶାଇଥିଲେ।ସେହିପରି ବାଘ ଶିକାର ନେଇ ଗାଁ ରେ ସଭା ନକରି ଗାଁ ସଭାପତି ଘରେ ଗୁପ୍ତ ବୈଠକ କରାଯାଇଥିଲା ।ମାଛ ଭାଗବଣ୍ଟା ହେବ ବାହାନାରେ ଚତୁରତାକରି କେତେଜଣ ଲୋକଙ୍କ ଠାରୁ ଦସ୍ତଖତ ନିଆଯାଇଥିଲା।ତାହା କୁ ବାଘ ଶିକାର ଫାଇଲରେ ଯୋଡି ଶିତଲଭଣ୍ଡାର ରେ ପୋତି ଦିଆଯାଇଥିଲା । ଏ ସମ୍ପର୍କରେ ୨୦୨୧ ନଭେମ୍ବର ୮ ରେ ରଣପୁର ଥାନା ଆଇ ଆଇସି ଙ୍କ ନିକଟରେ ଅଭିଯୋଗ ହୋଇଥିଲା ।ପରେ ୨୦୨୧ ନଭେମ୍ବର ୧୯ ରେଜିଷ୍ଟ୍ରି ଡାକ ଯୋଗେ ଲିଙ୍ଗରାଜ ଏସପିଙ୍କୁ ମଧ୍ୟ ଅନୁରୁପ ଅଭିଯୋଗ କରିଥିଲେ।ହେଲେ ପୋଲିସ ଏତଲାକୁ ପଞ୍ଜୀକୃତ କରିନଥିଲା ।ନ୍ୟାୟ ନ ମିଳିବାରୁ ଅଭିଯୋଗକାରୀ ହାଇକୋର୍ଟ ର ଆଶ୍ରୟ ନେଇଥିଲେ । ଏନେଇ ଲିଙ୍ଗରାଜ ସାମନ୍ତରାୟ କୁହନ୍ତି ବିଳମ୍ବ ରେ ହେଲେ ବି ବାଘ ଶିକାର ଘଟଣା ପଦାକୁ ଆସିଲା।ବନବିଭାଗ ର ଗୁମର ଖୋଲିବା ବାଘ ଶିକାର ଘଟଣାରେ ଅନେକ ନିର୍ଦୋଷ ଲୋକଙ୍କୁ ଫସାଇ ଦିଆଯାଇଛି ବୋଲି କହିଛନ୍ତି।ସେ ଘଟଣା ସତ୍ୟ ଉନ୍ମୋଚିତ ନହେଲା ପଯ୍ୟନ୍ତ ଲଢେଇ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି। ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୨/୯/୨୦୨୨--୧୦,୪୦ Sakhigopal News,12/9/2022