Breaking News

ଅଙ୍ଗନବାଡିକୁ ଅର୍ଥ ନ ଆସିବାରୁ ଶିଶୁ ଏବଂ ଗର୍ଭ ବତୀ ଓ ପ୍ରସୂତିଙ୍କୁଙ୍କୁ ଖାଦ୍ୟ ବନ୍ଦ

            

ନୟାଗଡ,,ନୟାଗଡ ଜିଲ୍ଲାର ଖଣ୍ଡପଡା ସହରାଞ୍ଚଳ ସମେତ ବ୍ଲକ ଅଞ୍ଚଳରେ ଥିବା ଅଙ୍ଗନବାଡି କେନ୍ଦ୍ର ଗୁଡି଼କରେ ସ୍ଥାନୀୟ ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ଅଧିକାରିଣୀଙ୍କ ଅପାରଗତା କାରଣରୁ କୋମଳମତୀ ଶିଶୁ ମାନେ ଜଳଖିଆ ସମେତ ରନ୍ଧନ ଖାଦ୍ୟରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ରୁ ପ୍ରକାଶ ଖଣ୍ଡପଡା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ସମଗ୍ର ବ୍ଲକ ଅଞ୍ଚଳ ସହ ସହରାଞ୍ଚଳ ରେ ଥିବା ମୋଟ ୧୬୯ ଗୋଟି ଅଙ୍ଗନବାଡି କେନ୍ଦ୍ର ରେ ନାମ ପଞ୍ଜିକରଣ କରିଥିବା କୋମଳମତି ଶିଶୁ ମାନଙ୍କୁ ସୁଷମ ଖାଦ୍ୟ ପ୍ରଦାନ ନିମନ୍ତେ ସରକାରଙ୍କ ପକ୍ଷରୁ ଜଳଖିଆ ଓ ରନ୍ଧନ ଖାଦ୍ୟ ପାଇଁ ଅଙ୍ଗନବାଡି କେନ୍ଦ୍ର ବ୍ୟାଙ୍କ ଖାତାକୁ କାର୍ଯ୍ୟାଳୟ ମାଧ୍ୟମରେ ପୂର୍ବରୁ ଅର୍ଥ ପ୍ରଦାନ କରାଯାଉଥିଲା ।  ଏବେ ଜିଲ୍ଲା ସାମାଜିକ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ର ଖାତାକୁ ସିଧାସଳଖ ଆର୍ଥ ପ୍ରଦାନ କରାଯାଉଛି। ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟଳୟ ପକ୍ଷରୁ କେନ୍ଦ୍ର ଗୁଡିକରେ ଅଧ୍ୟୟନ କରୁଥିବା ଶିଶୁ ଙ୍କ ସହ ଗର୍ଭବତୀ ଓ ପ୍ରସୂତିଙ୍କୁମାନଙ୍କ ପାଇଁ ପ୍ରଦାନ କରାଯାଉଥିବା ଅଣ୍ଡା ନିମନ୍ତେ ଆବଶ୍ୟକ ତାଲିକା ଜିଲ୍ଲା କାର୍ଯ୍ୟଳୟ କୁ ପ୍ରେରଣ କରାଯିବା ସହିତ ଆବଶ୍ୟକ ଅର୍ଥ ଯୋଗାଇ ଦେବା ନିମନ୍ତେ ଅନୁମୋଦିତ ଚିଠି କରାଯାଇଛି । କିନ୍ତୁଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ରନ୍ଧନ ଖାଦ୍ୟ ନିମନ୍ତେ ଚାଉଳ ଯୋଗାଇ ଦିଆଯାଉଥିବା ସମୟରେ ରନ୍ଧନ ପାଇଁ ଅନ୍ୟାନ ସାମଗ୍ରୀ ଓ ଅଣ୍ଡା କ୍ରୟ ନିମନ୍ତେ ଅର୍ଥ ପ୍ରଦାନ କରାଯାଇଥାଏ। ଆବଶ୍ୟକ ଅନୁଯାୟୀ ଅଙ୍ଗନବାଡି କର୍ମୀ ସେହି ଅର୍ଥ ଉଠାଣ  କରି  ସମସ୍ତ ରନ୍ଧନ ସାମଗ୍ରୀ କ୍ରୟ କରିଥାନ୍ତି। ଗତ ୨ମାସ ହେବ ଏହି ରନ୍ଧନ ଖାଦ୍ୟ ଓ ଅଣ୍ଡା କ୍ରୟ ନିମନ୍ତେ ସହରାଞ୍ଚଳ ସହ ବ୍ଳକ ଅଞ୍ଚଳରେ ଥିବା ବହୁ କେନ୍ଦ୍ର ରେ ଅର୍ଥ ନଥିବା ବେଳେ ଆବଶ୍ୟକ ଅନୁଯାୟୀ ଅର୍ଥ ପ୍ରଦାନ ନିମନ୍ତେ ଅଙ୍ଗନବାଡି କର୍ମୀ  କାର୍ଯ୍ୟାଳୟ ରେ ସୁପରଭାଇଜରଙ୍କ ସହ ସିଡିପିଓ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ଅଦ୍ୟାବଧି ସମ୍ପୃକ୍ତ କେନ୍ଦ୍ର ଗୁଡିକକୁ ଅର୍ଥ ପ୍ରଦାନ କରାଯାଇନାହିଁ। କାର୍ଯ୍ୟାଳୟ ର ଚାପରେ କର୍ମୀଗଣ ଗତ ଦୁଇମାସ ଧରି ନିଜ ହାତରୁ କେନ୍ଦ୍ରର ଶିଶୁ ମାନଙ୍କ ନିମନ୍ତେ ରନ୍ଧନ ଖାଦ୍ୟ ପ୍ରଦାନ କରିଥିବା ସମୟରେ ଅର୍ଥାଭାବ ଯୋଗୁଁ ଗତ ୩୧ ତାରିଖ ଠାରୁ ରନ୍ଧନ କରିବା ସମ୍ଭବ ନୁହେଁ ବୋଲି ଜଣାଇଛନ୍ତି। ଅର୍ଥ ପ୍ରଦାନ କରା ନ ଗଲେ ରନ୍ଧନ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ବୋଲି ସିଡିପିଓ ଙ୍କୁ ଲିଖିତ ଭାବେ ଜଣାଇ ରୋଷେଇ ବନ୍ଦ କରିଦେଇଛନ୍ତି । ସିଡିପିଓଙ୍କ ଅପାରଗତା କାରଣରୁ ଅଦ୍ୟାବଧି ଅଙ୍ଗନବାଡି କେନ୍ଦ୍ର କୁ ଅର୍ଥ ଆସି ପାରି ନାହିଁ । କି କେନ୍ଦ୍ର ରେ ରୋଷେଇ ନ ହେବା କାରଣରୁ କୋମଳମତି ଶିଶୁ ମାନେ ସୁଷମ ଖାଦ୍ୟରୁ ବଞ୍ଚିତ  ହେଉଥିବା ସ୍ଥାନରେ ଲୋକ ଅଭିଯୋଗ କରିଛନ୍ତି । ସେହିପରି ଅନେକ ଅଙ୍ଗନବାଡି କେନ୍ଦ୍ର କୁ ଅର୍ଥ ଥାଇ ମଧ୍ୟ ରୋଷେଇ ପାଇଁ ଦ୍ଵିତୀୟ ଗ୍ୟାସ ସିଲିଣ୍ଡର ଯୋଗାଣ ହୋଇପାରୁନଥିବା ଯୋଗୁଁ କାଠ ଓ ଚୁଲିରେ ଦୀର୍ଘ ୨ ମାସ ହେବ ରୋଷେଇ ହେଉଥିବା ଦେଖା ଯାଉଛି। ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ସୁଷମ ଖାଦ୍ୟ ପ୍ରଦାନ ସରକାରଙ୍କ ଏହି ମହତ ଉଦେଶ୍ୟ ସ୍ଥାନୀୟ ସିଡିପିଓ ଙ୍କ ଅପାରଗତା ଯୋଗୁଁ ସାଧିତ ହୋଇପାରୁନଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଯୋଗୁଁ ଯେ ଜିଲାରେ ଥିବା ଅନ୍ୟାନ୍ୟ ବ୍ଳକ ମାନଙ୍କ ରେ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଗ୍ୟାସ ଓ ଅଙ୍ଗନବାଡି କେନ୍ଦ୍ରର ରନ୍ଧନ ପାଇଁ ସରକାରଙ୍କ ପକ୍ଷରୁ ଅର୍ଥ ଆସିଥିବା ବେଳେ ଖଣ୍ଡପଡା ବ୍ଲକ ରେ ଏହା ବାରମ୍ବାର ବ୍ୟତିକ୍ରମ ଦେଖାଦେଉଛି। ଏହି ଘଟଣା ସମ୍ପର୍କରେ ଖଣ୍ଡପଡା ସିଡିପିଙ୍କୁ ପଚାରିଲେ ସିଡିପିଓ କହୁଛନ୍ତି ମୁ କିଛି କରିପାରିବି ନାହିଁ  । ଜିଲ୍ଲା ଅଫିସ ଏହା ପଠେଇବ । ଏହି ଘଟଣା ସମ୍ପର୍କରେ ଆମ ପ୍ରତିନିଧି ନୟାଗଡ଼ ଜିଲ୍ଲା ଡିଏସଡବ୍ଲୁଓଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ ।ଏ ଦିଗରେ ଜିଲାପାଳ  ଦୃଷ୍ଟି ଦେବାକୁ ଦାବିହେଉଛି। ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୨/୯/୨୦୨୨---୭,୪୦ Sakhigopal News,12/9/2022

Blog Archive

Popular Posts