ଡ଼ଃ.ଆର.ସି.ସାମନ୍ତରାୟ ମହାବିଦ୍ୟାଳୟ ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ନୟଗଡ----- ଡ଼ଃ.ଆର.ସି.ସାମନ୍ତରାୟ ମହାବିଦ୍ୟାଳୟ ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ନିଟ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ଗଣିଆ ବ୍ଲକ ର ଦୁଇ ଛାତ୍ର ତୃପ୍ତି ଉତ୍ସଳ ସାହୁ (୬୫୩)ମାର୍କ ରଖି କୃତକାର୍ଯ୍ୟ ହୋଇଥିବାବେଳେ ।ପ୍ରଭୁପାଦ ପାଣିଗ୍ରାହୀ (୬୩୫) ନମ୍ବର ରଖି ନିଟ ପରୀକ୍ଷା ରେ ସଫଳ ଭାବରେ କୃତକାର୍ଯ୍ୟ ହୋଇଛନ୍ତି।ଉକ୍ତ ସମ୍ବର୍ଦ୍ଧନା ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ.ମଳୟ କୁମାର ପଣ୍ଡା କୃତକାର୍ଯ୍ୟ ହୋଇଥିବା ଦୁଇ ବିଦ୍ୟାର୍ଥୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।
ଏବଂ ସେମାନଙ୍କର ସଫଳତା ର ସମ୍ୟକ ସୂଚନା ପ୍ରଦାନ କରିବା ସହ ସେମାନଙ୍କୁ ତାଙ୍କ ସଫଳତାର ସମ୍ପର୍କରେ କିଛି କହିବାପାଇଁ କହିଥିଲେ।
ମହାବିଦ୍ୟାଳୟର ଛାତ୍ର ,ଛାତ୍ରୀ ମାନଙ୍କୁ ସେମାନଙ୍କର ସଫଳତା ସମ୍ପର୍କରେ କହିଥିଲେ । ଉକ୍ତ ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ପଣ୍ଡା ,ଉପାଧ୍ୟକ୍ଷ ଉମାକାନ୍ତ ବେହେରା ,ଓଡ଼ିଆ ଅଧ୍ୟାପକ ଜିତେନ ପାଣିଗ୍ରାହୀ,ବୈକୁଣ୍ଠ ନାଥ ସାହୁ physics ଅଧ୍ୟାପକ ବିଜୟ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ ।ଏବଂ ଦୁଇ କୃତି ଛାତ୍ର ମାନଙ୍କର ଭବିଷ୍ୟତ ମଧୁମୟ ଓ ମଙ୍ଗଳମୟ ହେଉବୋଲି ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୨/୯/୨୦୨୨-----୧୦,୨୦
ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୨/୯/୨୦୨୨-----୧୦,୨୦
Sakhigopal News,12/9/2022