Breaking News

ଶ୍ରୀରାଧା ଜନ୍ମ ମହୋତ୍ସବ ଓ ପଞ୍ଚକୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ


 


ସାକ୍ଷୀଗୋପାଳ -------  ଶ୍ରୀରାଧା ଜନ୍ମ ମହୋତ୍ସବ କମିଟ ିସାକ୍ଷୀଗୋପାଳ ସିଂହଦ୍ୱାର  ଠାରେ ଅନୁଷ୍ଠିତ ପଞ୍‌ଚକୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଭଜନ ସମାରୋହ ରବିବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି । ଉଦଯାପନ ଉତ୍ସବରେ ଅତିଥି ଭାବେ ପେଣ୍ଠପଡା ପଞ୍ଚାୟତର ସରପଞ୍ଚ ଚିନ୍ମୟ ରାଉତ,  ଶ୍ରୀରାଧା ଜନ୍ମ ମହୋତ୍ସବ କମିଟିର ଉପଦେଷ୍ଠା ତଥା ସମାଜସେବୀ  ସୁକାନ୍ତ କିଶୋର ସାମନ୍ତରାୟ, କମିଟିର  ସମ୍ପାଦକ ଦିବାକର ମହାପାତ୍ର, ଅନୁଷ୍ଠାନର ସାଂସ୍କୃତିକ କାର୍ଯ୍ୟକ୍ରମର ସମ୍ପାଦକ ବିଜୟ ମହାପାତ୍ର, ସିଂହାରୀ ଆଲୋକ ଖୁଣ୍ଠିଆ ଯୋଗଦେଇ ଚାରିଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଉଦଯାପନ କରିଥିଲେ । ଉଦଯାପନ ଉତ୍ସବରେ ଆଧ୍ୟତ୍ମିକ କବିତା ପାଠ ଉତ୍ସବ ସହିତ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ବିଭିନ୍ନ କଳାକାର ଓ ସମାଜସେବୀ, ସାମ୍ବାଦିକ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ ମାନପତ୍ର ଦେଇ ଅତିଥି ମାନେ ସମ୍ମାନୀତ କରିଥିଲେ ।  ଅନୁଷ୍ଠିତ ପଞ୍ଚକୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞରେ ମୁଖ୍ୟ ପୁରୋହିତ ନୀଳକଣ୍ଠ ମିଶ୍ରଙ୍କ ସହିତ ଦଶ ଜଣ ପଣ୍ଡିତ ସହଯୋଗ କରିଥିଲେ । କର୍ତ୍ତାଭାବେ ସମାଜସେବୀ ରବୀନ୍ଦ୍ର ନାଥ ଷଡଙ୍ଗୀ ଓ କର୍ତ୍ତୀ ଭାବେ ବନ୍ଦନା ମହାପାତ୍ର ରହିଥିଲେ । ମନ୍ଦିରର ସୁପରଭାଇଜର ଯଥା ସେବାୟତ ବିଶ୍ୱନାଥ ମହାପାତ୍ର,  ଜିତେନ ମହାପାତ୍ର, ରବି ମହାପାତ୍ର, ମନ୍ଦିର ପୁରୋହିତ ଗୋପିନାଥ ମହାପାତ୍ର ଓ ବୃନ୍ଦାବନ ମହାପାତ୍ର ସହଯୋଗ କରିଥିଲେ । ମନ୍ଦିରରେ ମା ରାଧାଙ୍କ ଜନ୍ମୋବିଧି ନିତୀ ଶ୍ରଦ୍ଧାଳୁ ମାନେ ଦର୍ଶନ କରିଥିଲେ ।   ଆଇନଜିବୀ ଅଞ୍ଜନ କୁମାର ହୋତା କାର୍ଯ୍ୟକ୍ରମକୁ  ସଂଯୋଜନା କରିଥିଲେ ।    ବିଭିନ୍ନ ଦିନରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।  ଶେଷ ସଂଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ବିଳମ୍ବିତ ରାତି ପର୍ଯ୍ୟନ୍ତ ଭଜନ ସମାରୋହ ପରିବେଷଣ କରାଯାଇଥିଲା । 


 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,  ୫/୯/୨୦୨୨----୮,୪୫   Sakhigopal News, 5/9/2022

Blog Archive

Popular Posts