Breaking News

ସତ୍ୟବାଦୀ ହାଇସ୍କୁଲରେ ଗୁରୁ ପୂଜିଲେ ଗୁରୁଙ୍କୁ



ସାକ୍ଷୀଗୋପାଳ ----  ପୂର୍ବତନ ରାଷ୍ଟପ୍ରତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣାନଙ୍କ ଜୟନ୍ତୀଙ୍କୁ ଗୁରୁଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ସତ୍ୟବାଦୀ ହାଇସ୍କୁଲରେ ଏକ ସଭାର ଆୟୋଜନ କରାଯାଇଥିଲା । ପିଲା ମାନେ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଗୁରୁ ଭାବେ ପୂଜା କରିଥିଲେ । ସେହିପରି ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଓ କୋଚଂ ସେଣ୍ଟର ମାନଙ୍କରେ ଗୁରୁ ଦିବସ ପାଳିତ ହୋଇଯାଇଛି । ବିଶେଷ କରି ସତ୍ୟବାଦୀ ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସେମାନେ ଗୁରୁ ହେଲେ ମଧ୍ୟ ସେମାନଙ୍କ ଗୁରୁ ତଥା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଗୁରୁ ଭାବେ ଗ୍ରହଣ କରି ତାଙ୍କ ପ୍ରତିମୂର୍ତ୍ତିରେ ପୂଜା ପାଠ କରି ଆର୍ଶିବାଦ ନେଇଥିବାର ଦେଖାଯାଇଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୯/୨୦୨୨---୮,୪୦   

 Sakhigopal News, 5/9/2022

Blog Archive

Popular Posts