ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବିଶ୍ୱନାଥପୁର ଶାସନ ଗ୍ରାମ ମୁଣ୍ଡରେ ଥିବା ଗୋପିନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ସତ୍ୟବାଦୀ ସେବା ଅନୁଷ୍ଠାନ ପକ୍ଷରୁ ତୁଳସି ବୃକ୍ଷ ରୋପଣ କରାଯାଇଛି । ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କୁମାର ରଥ, ସଦସ୍ୟ ସନ୍ତୋଷ ବେହେରା ପ୍ରମୁଖ ମନ୍ଦିର ବାହାର ଚତୁପାଶ୍ୱର୍ରେ ତୁଳସି ଗଛ ରୋପଣ କରିଛନ୍ତି । ବିଶେଷ କରି ବିଷ୍ଠୁଙ୍କର ତୁଳସି ପ୍ରତିଦିନ ଦରକାର ହୋଇଥାଏ । ଏହା ସହିତ ଏହା ଏକ ଔଷଧୀୟ ଗଛ ଭାବେ ଜଣାଶୁଣା । ପ୍ରତିଦିନ ତୁଳସି ସେବନ କଲେ ବିଭିନ୍ନ ରୋଗରୁ ମୁକ୍ତ ମିଳିଥାଏ ବୋଲି ଆଇନଜୀବୀ ତଥା ସେବା ଅନୁଷ୍ଠାନର ସମ୍ପାଦକ ଶ୍ରୀ ରଥ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୯/୨୦୨୨---୮,୫୫
Sakhigopal News, 11/9/2022