Breaking News

ନକଲି ଜୈବିକ ସାର ସନ୍ଦେହ କରି ସିଲ ହେଲା କାରଖାନା; ହଜାର ହଜାର ସାର ବସ୍ତାଜବତ , ଦୁଇ ଟ୍ରକ ଜବତ



ସାକ୍ଷୀଗୋପାଳ-------  ଭୁବନେଶ୍ୱର -ପୁରୀ ଜାତୀୟ ରାଜପଥର ବୀରଗୋବିନ୍ଦପୁର ପ୍ରେଟୋଲ ପମ୍ପ ନିକଟରେ ଏକ ଜୈବିକ ସାର କାରଖାନା ରହିଛି । ଏଠାରେ ଅନେକ ଦିନ ହେବ ଜୈବିକ ସାର କାରଖାନା ଚାଲିଛି । ମାତ୍ର କୌଣସି କମ୍ପାନୀ ବୋଲି ବୋର୍ଡ ନାହିଁ ।  ବିଶେଷ ସୁତ୍ରରୁ ଜଣାପଡିଛି ଯେ ଉକ୍ତ କମ୍ପାନୀର ନାମ ସ୍କୋର କେମିକାଲ ଇଣ୍ଡିଆ ବୋଲି ଜଣାପଡିଛି । ଏହି ଜୈବିକ ସାର ସରାକାରୀ ସଂସ୍ଥାକୁ ବିକ୍ରୟ କରାଯାଉଥିବା ଜଣାପଡିଛି । ଏହା କେତେଦୂର ଠିକ ତାହା ଏବେ ସନ୍ଦେହ ଘେରରେ ରହିଛି । ଆଜି ସକାଳୁ ଡ. ଅରବିନ୍ଦ ପାଢ଼ୀ, ରାଜ୍ୟ କୃଷି ବିଭାଗର ମୁଖ୍ୟ ସଚ୍ଚିବ, ପ୍ରେମଚାନ୍ଦ ଚୌଧୁରୀ ରାଜ୍ୟ କୃଷି ନିର୍ଦ୍ଦେଶକ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏଡିଏମ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ , ଏସଡିପିଓ ଦେବଦତ୍ତ ବରାଳ,  ଭୁବନେଶ୍ୱର ଜୈବିକସାର ବିଭାଗର ଅଧିକାରୀ ସରୋଜ କୁମାର ଦାଶ, ଜିଲ୍ଲା  ମୁଖ୍ୟ କୃଷି ଅଧିକାରୀ ରମେଶ ଚନ୍ଦ୍ର ରାୟ , କୃଷି ଜିଲ୍ଲା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ସତ୍ୟବାଦୀ ବ୍ଳକ କୃଷି ଅଧିକାରୀ କଲ୍ୟାଣ କୁମାର ରାୟ, ସହକାରୀ କୃଷି ଅଧିକାରୀ ହୃଦାନ୍ଦ ସମାନ୍ତରାୟ, ଜିଲ୍ଲା ସହକାରୀ କୃଷି ଅଧିକାରୀଣି ଭାରତୀ ମଲ୍ଲଙ୍କ ସହିତ ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ପ୍ରମୁଖ ଏହି ଚଡାଉରେ ସାମିଲ ହୋଇଥିଲେ । ସେଠ।।ରେ ଥିବା ହଜାର ହଜାର ଜୈବିକ ଖତ ବସ୍ତା ଜବତ କରିବା ସହ ଉକ୍ତ କମ୍ପାନୀ ସିଲ କରାଯାଇଛି ।  ଏହାି ଜୈବିକ ସାରର ସାମ୍ପୁଲ ଟେଷ୍ଟ ପାଇଁ ବିଜ୍ଞାନଗାରକୁ ପଠାଯାଇଥିବା ଜଣାପଡିଛି । ଏହା ସହିତ ଦୁଇଟି ଟ୍ରକ ମଧ ଜମତ କରାଯାଇଥିବା ତହସିଲଦାରଙ୍କ ଠାରୁ ସୁଚନା ମିଳିଛି । ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଇକ୍ତ ଜୈବିକ ସାର କମ୍ପାନୀର ମୁଖ୍ୟ ଫାଟଁକ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକମାନେ କହନ୍ତି ଯେ ବହୁ ଦିନ ପରେ ଏହି କମ୍ପାନୀ ଉପରେ ପ୍ରଶାସନର ନର୍ଜର ପଡିଛି । ଏହି ଜୈବିକ ସାର ରାଜ୍ୟ ସରକାରଙ୍କ କୃଷି ବିଭାଗ, ଜଙ୍ଗଲବିଭାଗ, ଏନଆରଜିଏସରେ ଲାଗୁଥିବା ଗଛ ମାନଙ୍କରେ ଏହି ୈବିକ ସାର ଯୋଗାଣ ହେଉଥିବା ଜଣାପଡିଛି । ସତ୍ୟବାଦୀ ପୋଲିସ କମ୍ପାନୀର ଦୁଇଜଣଙ୍କୁ ଅଟକ ରଖିଥବା ବିଶେଷ ସୁତ୍ରରୁ ଜଣାପଡିଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୯/୨୦୨୨---୮,୫୦  

  Sakhigopal News, 11/9/2022


Blog Archive

Popular Posts