ଦଶହରା ଓ କୁମାର ପୂର୍ଣ୍ଣିମା ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ପବିତ୍ର କୁମାର ପୂର୍ଣ୍ଣିମା ଉତ୍ସବ ଓ ଦଶହରା ପୂର୍ଣ୍ଣମୀ ଉପଲକ୍ଷେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରି ଥିଲେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ ।ଏହି ସମୟରେ ଗତବର୍ଷ ର ଆୟବ୍ୟୟ ହିସାବ କରାଯାଇଥିଲା। ଗତବର୍ଷ ୨ବର୍ଷ କରୋନା କଟକଣା ଯୋଗୁଁ ସାଧାରଣ ଭାବରେ ଦଶହରା ପୂଜା ପାଳନ କରାଯାଇଥିଲା। ଏବର୍ଷ କଟକଣା ନଥିବାରୁ ହଜାର ହଜାର ସଂଖ୍ୟାରେ ସାଧାରଣ ଶ୍ରଦ୍ଧାଳୁ ଭକ୍ତମାନେ ଆସି ମାଁ ସମଲେଶ୍ଵରୀ ଦର୍ଶନ କରିବେ। ଏହି ସଭାରେ ସର୍ବ ସମ୍ମତି କ୍ରମେ ଏକ ନୂତନ କମିଟୀ ଗଠନ କରାଯାଇଛି। ସଭାପତି ଭାବରେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ, ଉପସଭାପତି କୀର୍ତ୍ତନ ପଟେଲ, ସମ୍ପାଦକ ରାମ ପ୍ରସାଦ କର, ସହସମ୍ପାଦକ ଦୀନେଶ ପ୍ରଧାନ, କୋଷାଧକ୍ଷ ଶୁଶିଲ କୁମାର ଭୁଏ, ସହକୋଷାଧ୍ଯକ୍ଷ ଦୁର୍ଯ୍ୟୋଧନ ସେଠ, ଏହା ସହିତ ଏକ ଉପଦେଷ୍ଟା କମିଟି ଗଠନ କରାଯାଇଛି । ଏଥିରେ ଡଃ ମନୋରଞ୍ଜନ ମେହେର, ଏକାଦଶୀଆ ହଟେଇ, ମୋହନ ଦୋରା, ଫକୀର ମେହେର ଉପରୋକ୍ତ କମିଟୀ ଆଜି ଠାରୁ କାର୍ଯ୍ୟକାରୀ ହେଲା ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସଭାପତି ଉଦ୍ଧବ ବାରିକ ସମସ୍ତ ଙ୍କ ସହଯୋଗ ସହାୟତା କାମନା କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୯/୨୦୨୨---୧୨,୨୫ Sakhigopal News,10/9/2022