Breaking News

ଶ୍ରୀ ଶ୍ରୀରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ ବିଶ୍ୱଶାନ୍ତି ମହାଯଜ୍ଞ ଓବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ


  

 ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ଶ୍ରୀରାଧାଜନ୍ମ ମହୋତ୍ସବ କମିଟି ସିଂହଦ୍ୱାର , ସାକ୍ଷୀଗୋପାଳ ପକ୍ଷରୁ ତିନି ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ । ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ନିକଟରେ ତିନିଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶୁକ୍ରବାର ପ୍ରଥମ ଦିନରେ ଯଜ୍ଞ ଆରମ୍ଭ ହେବା ସହିତ ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ବସନ୍ତ କୁମାର ପ୍ରଧାନକାର୍ଯ୍ୟନିର୍ବାହୀ ଅଧିକାରୀ ସାକ୍ଷୀଗୋପାଳ ମନ୍ଦିର ଆଜିର ମଞ୍ଚ ଉଦଘାଟନ କରିଥିଲେ । ପ୍ରଥମେ ଶିଶୁ, ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା, ବକ୍ତୁତା, ନୃତ୍ୟୁ ପ୍ରତିଯୋଗିତା କରାଯାଇଥିଲା । ସେହିପରି ସଂକୀର୍ତ୍ତନ, ଓଡିଶୀ ନୃତ୍ୟ, ସମ୍ବଲପୁରୀ, ନୃତ୍ୟୁ ଅଗ୍ନିନୃତ୍ୟୁ ମ୍ୟାଜିକ ସୋ ସହିତ ଅନ୍ୟାନ୍ୟ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସନ୍ଧ୍ୟାରେ ଶ୍ରୀରାଧା ଜନ୍ମ ମହୋତ୍ସ କମିଟିର ସମ୍ପାଦକ ଦିବାକର ମହାପାତ୍ର, ବ୍ଳକ ଉନ୍ନୟନ ଅଧିକାରୀ ତଥା ତହସିଲଦାର ଜୟନ୍ତ କୁମାର ଜୟସିଂ, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଜୟପୁର ସରପଞ୍ଚ ଆରାଧନ ସାମନ୍ତରାୟ  ଓ ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ବିଜୟ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କ୍ଳବ ମାନଙ୍କୁ କ୍ରୀଡା ସାମଗ୍ରୀ ବଣ୍ଟନ ସହିତ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରଷ୍କାର ବିତରଣ କରିଥିଲେ । କାର୍ଯ୍ୟକ୍ରମକୁ  ସଂଯୋଜନା କରିଥିଲେ ଆଲୋକ ଖୁଣ୍ଠିଆ ।  ସେହିପରି ବିଶ୍‌ôଶାନ୍ତି ମହାଯଜ୍ଞରେ କର୍ତ୍ତା ଭାବେ ସମାଜସେବୀ ରବୀନ୍ଦ୍ର ନାଥ ଷଡଙ୍ଗୀ, କର୍ତ୍ତୀ ଭାବେ ବନ୍ଦନା ମହାପାତ୍ର  ରହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୬୯/୨୦୨୨---୯,୫୫   Sakhigopal News, 2/9/2022

Blog Archive

Popular Posts