କୋଡିଏ କେଜି ଚାଉଳ ୫ଶହ ଟଙ୍କାରେ ଚାରି ପ୍ରାଣୀଙ୍କ ଚଳୁଛି ଜୀବନ
ସାକ୍ଷୀଗୋପାଳ---- ଆଜିର ଦିନରେ ନିଜର ସନମାନ ଓ ମାନବିକତାକୁ ଯୋଗୁ ଭୋକ ଉପାସରେ ରହିଲେ ମଧ୍ୟ କାହା ଆଗରେ ହାତ ପାତିନାହାନ୍ତି । ସେହିପରି କିଛି ବ୍ୟକ୍ତି ରହିଛନ୍ତି ଆଜିର ସମାଜରେ । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବାଲିସାହି ଗ୍ରାମର ନରସିଂହ ହୋତା । ତାଙ୍କର ମାସକୁ କେବଳ ରୋଜଗାର ହେଉଛି ୨୦ କେଜି ରାଜ୍ୟ ସରକାରଙ୍କ ପକ୍ଷରୁ ରାସନ କାର୍ଡରେ ପାଉଥିବା ଚାଉଳ ଏବଂ ୫ଶହ ଟଙ୍କା ଭର୍ତ୍ତା । ଏଥିରେ ଚଳୁଛନ୍ତି ଚାରି ପ୍ରାଣୀ । ଦୁଇ ଝିଅ , ସ୍ୱାମୀ ଓ ସ୍ତ୍ରୀ । ଦିନ ଥିଲା ସେ ରୋଜଗାର କରି ଦୁଖଃ କଷ୍ଟରେ ତାଙ୍କ ପରିବାର ହସଖୁସିରେ ଚଳୁଥିଲା ପରିବାର । ଫନି ବାତ୍ୟାରେ ତାଙ୍କରପିତୃ ପୁରୁଷଙ୍କର ଝାଟି ମାଟି ଘରଟି ମାଟିରେ ମିଶିଗଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଫନି ସହାୟତା ମିଳିଲା । ସେହି ସମୟରେ ଭଗବାନ ସହିଲେ ନାହିଁ କେଉଁ ଅଜଣା ରୋଗ ଧରିଲା ନରସିଂହକୁ ଭଲ ହେବା ପାଇଁ ମିଳିଥିବା ଟଙ୍କା ସରିଗଲା । ଏବେ ମୁଣ୍ଡ ବାଜୁଥିବା ଏକ କୁଡିଆ ଚାଳି କରି ଦୁଇ ଝିଅ ଓସ୍ତ୍ରୀ ସହିତ ନରସିଂହ ରହୁଛନ୍ତି । ବଡଝିଅଟି ଏ ବର୍ଷ ମାଟ୍ରିକ ପାସ କରିଛି ମାତ୍ର କଲେଜରେ ନାମ ଲେଖିବାକୁ ଅର୍ଥ ସାଜିଛି ବାଧକ । କ’ଣ କରିବେ ନରସିଂହ ଝିଅର ପାଠ ପଡିବା ପାଇଁ ଇଛାଥିଲେ ମଧ୍ୟ ତାଙ୍କ ପାଖରେ ଅର୍ଥ ନାହିଁ । ଅନ୍ୟ ଝିଅଟି ସପ୍ତମ ଶ୍ରେଣୀରେ ପାଠ ପଡୁଛି । କ’ଣ କରିବେ ଦିନେ ଖାଇଲେ ଅନ୍ୟ ଦିନ ଓପାସରେ ଦିନ କଟୁଛି ତାଙ୍କର । ନରସିଂହ ଜଣେ ପୂର୍ବତନ ନାଏବ ସରପଞ୍ଚ ଭାବେ ଅଞ୍ଚଳରେ ବେଶ ଜଣାଶୁଣା । ଗୋଟିଏ ପଟେ ଝିଅର ପାଠ ପଡା, ଅନ୍ୟ ପଟେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ, କି ଦୁଇଓଳି ଖାଇବାକୁ ଦାନା ନାହିଁ ଏହି ଚିନ୍ତାରେ ଭାଙ୍ଗିପଡିଛନ୍ତି ନରସିଂହ । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଦୀପା ବେହେରା କହନ୍ତି ିତାଙ୍କୁ ସ୍ୱତନ୍ତ୍ର ଭାବେ ଜିଲ୍ଲାପାଳଙ୍କ ଜରିଆରେ ଆବାସ ଯୋଜନାରେ ସାମିଲ କରିବା ପାଇଁ ସରପଞ୍ଚ ଚୋଷ୍ଟା ଜାରି ରଖିଛନ୍ତି ବୋଲି କହିଛନ୍ତି । ତା ସହିତ ନରସିଂହଙ୍କର ଦୁଇ ଝିଅ କିପରି ପାଠ ପଡିବେ ସେ ବିସୟରେ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡାଙ୍କୁ ଜଣାଇବା ସହିତ ଆଲେଚନା ଜାରି ରହିଛି ବୋଲି ସେ କହନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୯/୨୦୨୨----୯,୫୦ Sakhigopal News, 2/9/2022