Breaking News

ସମ୍ବଲପୁର ଗୀତରେ ଦୁଲକୀଲା ମଞ୍ଚ,ନୂଆପଡା ଗାଁରେ ନୂଆଁଖାଇ ଭେଟଘାଟ





ବଲାଙ୍ଗୀର---  ସଇଁନ୍ତଲା, ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ଵ ନୂଆଁଖାଇ। ଘରେ ଘରେ ନୂଆଁଖାଇ କୁ ନେଇ ବେଶ ଉତ୍ସାହିତ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ନୂଆଁଖାଇ କୁ ନେଇ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି।ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭନ୍ଦ୍ରା ପଞ୍ଚାୟତ ସ୍ଥିତ ନୂଆପଡା ଗାଁରେ ନରସିଂହ ପୂଜା କିମିଟି ପକ୍ଷରୁ ୧୮ ତମ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୨ ବର୍ଷ ହେବ କରୋନା କଟକଣା ଯୋଗୁଁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ବନ୍ଧ ରହିଥିଲା।କିନ୍ତୁ କରୋନା ମହାମାରି କମିବାରେ ଲାଗିବା ପରେ ସମ୍ବଲପୁର ଗୀତ ନୃତ୍ୟ ରେ ମଞ୍ଚ ଦୁଲୁକି ଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ ଯୋଗଦେଇ ଥିବା ବେଳେ ଆଇନଜୀବୀ ଯୁବରାଜ ମାଝୀ,ଯୁବ ସାମ୍ବାଦିକ ଅଜିତ କୁମାର ସାହୁ, ଶିକ୍ଷକ ଉମାକାନ୍ତ ସୁନା,ପୂର୍ବତନ ବେଳଗାଁ ସମିତି ସଭ୍ୟ ଦୀପକ ଅଗ୍ରୱାଲ,ସନ୍ତୋଷ ସୁନା,ଧନମତ ନନ୍ଦ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ସୁବାଷ ଭୋଇ  ମଞ୍ଚ ପରିଚାଳନା କରିଥିବାବେଳେ କୁନି କୁନି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବିଜୟତା ମାନଙ୍କ ଦ୍ଵାରା ଅତିଥି ମାନେ ପୁରସ୍କୃତ କରିଥିଲେ।ଏଥିରେ ନରସିଂହ ଗଣେଶ ପୂଜା କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ।

ସଇଁତଲା ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୪/୯/୨୦୨୨----୮,୨୦   Sakhigopal News,4/9/2022

Blog Archive

Popular Posts