ଇଙ୍ଗିନାଠି ରେ ଗୁରୁଦିବସ ପାଳିତ
ଭଞ୍ଜନଗର-- ଗୁରୁଦିବସ ଅବସରରେ ରାମଚଣ୍ଡୀ ଫାଉଣ୍ଡେସନ ତରଫରୁ ଇଙ୍ଗିନାଠୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା । ଏହି ଉତ୍ସବରେ ରାମଚଣ୍ଡୀ ଫାଉଣ୍ଡେସନ ର ସମ୍ପାଦକ ରବୀନ୍ଦ୍ର ଗୈାଡ ଓ ସୂର୍ଯ୍ୟ କାନ୍ତ ନାୟକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଇଙ୍ଗିନାଠି ପଞ୍ଚାୟତ ର ସରପଞ୍ଚ ଶୁକଦେବ ସ୍ଵାଇଁ, ପୂର୍ବତନ ସରପଞ୍ଚ ଙ୍କ ସମେତ ପଞ୍ଚାୟତ ର କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଏହି ଉତ୍ସବରେ ରତଙ୍ଗ ମଠର ମହନ୍ତ ମହାରାଜ ଛାତ୍ର ଛାତ୍ରୀ ଙ୍କୁ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ର ମହତ୍ଵ ବୁଝାଇଥିଲେ । ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷୟିତ୍ରୀ ଦୀପ୍ତାଂଶୁ ପ୍ରଭା ଦେବୀ ଗୁରୁ ବନ୍ଦନା ପରିବେଷଣ କରିଥିଲେ । ଛାତ୍ରୀ ଦିପ୍ତୀମୟୀ ପଣ୍ଡା ଓ ପ୍ରାଚୀ ପ୍ରସାଦ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଗୁରୁ ବନ୍ଦନା ପ୍ରଦର୍ଶନ କରିଥିଲେ । ଏହି ଉତ୍ସବରେ ରାମଚଣ୍ଡୀ ଫାଉଣ୍ଡେସନ ଦ୍ବାରା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସମାଜସେବୀ ଓ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକ,ବାଳରାଜ ଆୟଙ୍ଗର,ସମୀର ସାହୁ, ରଶ୍ମିତା ନାୟକ, ବିଶ୍ବ ନାଥ ନାୟକ ,ଭଞ୍ଜ ପତି ପରିଚାଳନା କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୯/୨୦୨୨---- ୯,୪୦ Sakhigopal News,6/9/2022