Breaking News

ବ୍ଳକସ୍ତରୀୟ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ନିମିତ୍ତ କ୍ରୀଡ଼ା ପ୍ରତିଯାଗିତା



 ଭଞ୍ଜନଗର---- ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଳକ୍ ସ୍ତରୀୟ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ନିମିତ୍ତ ଏକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଳକର ବିଭିନ୍ନ ସ୍ଥାନରୁ ମୋଟ  ୮୦ ଜଣ  ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ବଲ୍ ଫିଙ୍ଗା, ଦୌଡ଼, ମ୍ୟୁଜିକ ଚେୟାର, ଦ୍ବିଲ୍ ଚେୟାର ଦୌଡ଼,ଗୀତ ଓ ନାଚ ପ୍ରତିଯୋଗିତା କରାଯାଇଥିଲା।  ପୁରସ୍କାର ବିତରଣ ଉତ୍ସବରେ ଭଞ୍ଜନଗର ବିଇଓ ଶ୍ରୀ ଏସ୍.ଧନଞ୍ଜୟ ଓ ଏ.ବି.ଇ.ଓ  ଶ୍ରୀ ସୂର୍ଯ୍ୟ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତୀ ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦୁଇ ସମ୍ବଳ ଶିକ୍ଷକ ଅନିଲ କୁମାର ମୁଦୁଲି, ଚିନ୍ମୟ ଦାସ, ସମସ୍ତ ଅନ୍ତର୍ନିବେଶୀ ସ୍ୱେଚ୍ଛାସେବୀ, ସି.ଆର.ସି.ସି ତ୍ରିନାଥ ବେହେରା, ମୋହନ ସାହୁ, ଭଗବାନ ଭୂୟାଁ, ସନ୍ତୋଷ କୁମାର ସାହୁ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହାୟତା କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୯/୨୦୨୨----୯,୪୦   Sakhigopal News,6/9/2022

Blog Archive

Popular Posts