ପୁଣି ଏକ ହୀନ ମାନସିକତା,; ଅଳିଆ ଗଦାରେ ନବଜାତ ଶିଶୁ ର ମୃତଦେହ
ଭଞ୍ଜନଗର--ବେଳେ ବେଳେ ମଣିଷ ପଣିଆର ନୀଚ୍ଚ ମାନସିକତା ନଜରକୁ ଆସିଥାଏ । କିନ୍ତୁ ଆଉ କେତେବେଳେ ମଣିଷ ପଣିଆର ଅତି ହୀନ-ମାନସିକତା ମଧ୍ୟ ଦେଖିବାକୁ ମିଳିଥାଏ । ଯାହାକି ଭଞ୍ଜନଗର ମେଡିକାଲ ନିକଟରେ ନଜରକୁ ଆସିଛି । ପ୍ଲାଷ୍ଟିକ ଅଳିଆ ଡବାରୁ , ଏନ୍ଏସି ର ସଫେଇ କର୍ମଚାରୀ ମାନେ ଗାଡ଼ିରେ ଅଳିଆ ଡାଳିବା ବେଳେ , ସେଥିରେ ଏକ ନବଜାତ ଶିଶୁ ର ମୃତଦେହ ରହିଥିଲା । ଅନୁମାନ କରାଗଲା କୈାଣସି ଲୋକ ମୃତ ଶିଶୁ କୁ ସେହି ଅଳିଆ ଡବା ରେ ପକାଇ ଦେଇଛି । ଯାହାକି ରାସ୍ତା ଦୁର୍ଘଟଣାରେ ମରିଥିବା କୈାଣସି ପଶୁ-ଜନ୍ତୁ କିମ୍ବା ଇତରପ୍ରାଣୀ ଙ୍କ ମୃତଦେହ କୁ ଫୋପାଡିଲା ଭଳି । ଗୋଟିଏ ଶିଶୁର ମୃତଦେହ କୁ ଅଳିଆ-ଡବା ରେ ଫୋପାଡି ଦିଆଯାଇଥିଲା । ଯେହେତୁ ମେଡିକାଲ ନିକଟବର୍ତ୍ତୀ ଅଞ୍ଚଳରେ ଏଭଳି ଘଟଣା ନଜରକୁ ଆସିଛି । ତେଣୁ ଏହା ମେଡିକାଲ ର ବର୍ଜ୍ୟବସ୍ତୁ ବୋଲି ସ୍ଥାନୀୟ ଅଞ୍ଚଳର ଲୋକ ଆଲୋଚନା କରୁଛନ୍ତି । କିନ୍ତୁ ଏସଂକ୍ରାନ୍ତରେ ଭଂଜନଗର ମେଡିକାଲ ରେ ପରିଚାଳକଙ୍କ ପଚରା ଯିବାରୁ ସେ କହିଥିଲେ ସଂପୃକ୍ତ ଅଳିଆ ଡବା ଆମର ନୁହେଁ । ଗତ ଦୁଇ ତିନି ମଧ୍ୟରେ ଏଭଳି କୈାଣସି ଘଟଣା ହୋଇନାହିଁ । ତେବେ ସାଧାରଣ ରେ ପ୍ରଶ୍ନ ଉଠୁଛି ମେଡିକାଲ ନିକଟ ଏବଂ ସହର ମଝିରେ ଥିବା ଅଳିଆ ଡବା ରେ କିଏ ଏବଂ କେଉଁ ପରିସ୍ଥିତିରେ ମୃତ ନବଜାତ କୁ ଫୋପାଡି ଚାଲିଗଲା । ଯଦି ସବୁ ଠିକ୍ ଠାକ୍ ତେବେ ନବଜାତ ଶିଶୁ ର ମୃତଦେହ ମେଡିକାଲ ନିକଟ ଅଳିଆଗଦାକୁ ଆସିଲା କେମିତି । ଏହାକୁ ନେଇ ସହରରେ ଏବେ ଚର୍ଚ୍ଚା ହେଉଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୯/୨୦୨୨---୯,୪୦ Sakhigopal News,6/9/2022