ଅସୁସ୍ଥ ଦନ୍ତାହାତୀ ଶେଷରେ ଆଖି ବୁଜିଲା
ଭଂଜନଗର – ଚାରିଦିନ ଧରି ଚିକିତ୍ସିତ ହେଉଥିବା ଦନ୍ତାହାତୀ ଶେଷରେ ଆଖିବୁଜିଲା । ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ର ତାରାସିଙ୍ଗି ବନାଞ୍ଚଳ ଅନ୍ତର୍ଗତ ବରପଲ୍ଲୀ ବିଟ୍ ର ଝିଟିକାପାଦୁ ଜଙ୍ଗଲ ରେ ନଜର କୁ ଆସିଛି ଏଭଳି ଘଟଣା । ମୃତ ହାତୀ କୁ ବ୍ୟବଛେଦ କରିବା ପରେ ଘଟଣା ସ୍ଥଳରେ ହିଁ ପୋତି ଦିଆଯାଇଛି । ଗତ କିଛିଦିନ ହେଲା ଦନ୍ତାହାତୀ ଟି ଅସୁସ୍ଥ ଥିବା ଅବସ୍ଥାରେ ବୁଲୁଥିବା ସୂଚନା ପାଇ ବନବିଭାଗ କର୍ମଚାରୀ ମାନେ ତାହାର ଗତିବିଧିକୁ ଲକ୍ଷ୍ୟ ରଖିଥିଲେ । ଗତ ୪ ଦିନ ହେଲା ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବନ କର୍ମଚାରୀ ମାନେ ହାତୀଟିର ଚିକିତ୍ସା ଜାରି ରଖିଥିଲେ । ତାରାସିଙ୍ଗି ପଶୁସହାୟକ କେନ୍ଦ୍ର ର ଅଧିକାରୀ ମଧ୍ୟ ହାତୀଟିର ଚିକିତ୍ସା ଜାରି ରଖିଥିଲେ । ତେବେ ସବୁ ପ୍ରକାର ଚେଷ୍ଟା ସତ୍ୱେ ଅସୁସ୍ଥ ହାତିଟି ର ଶେଷରେ ମୃତ୍ୟୁ ହୋଇଛି । ସୂଚନା ପ୍ରକାରେ ଭୁବନେଶ୍ୱର ପ୍ରାଣୀ ଚିକିତ୍ସା ବିଶେଷଜ୍ଞ ଇନ୍ଦ୍ରମଣି ନାଥ ଙ୍କ ପରାମର୍ଶ କ୍ରମେ ତାରାସିଙ୍ଗି ପ୍ରାପ୍ତି ଚିକିତ୍ସା ଅଧିକାରିଣୀ ବିଜୟିନୀ ପଣ୍ଡା ଙ୍କ ସମେତ ୪ ଜଣିଆ ଡ଼ାକ୍ତରୀ ଟିମ୍ ଚିକିତ୍ସା ଜାରି ରଖିଥିଲେ । ଶେଷରେ ଚିକିତ୍ସା ବିଫଳ ହୋଇଥିଲା । ହାତୀ ଟି ମୃତ୍ୟୁ ହୋଇଥିଲା । ବ୍ୟବଛେଦ ସମୟରେ ଏସିଏଫଓ - ବିକ୍ରମ ଦେବ ପଟ୍ଟନାୟକ , ତାରାସିଙ୍ଗି ବନାଞ୍ଚଳ ଅଧିକାରୀ - ତାରାକାନ୍ତ ଉଦଗାତା , କେନ୍ଦ୍ରିକ ବନାଞ୍ଚଳ ଅଧିକାରୀ କୁମର ବେହେରା , ଗାଲେରୀ ବନାଞ୍ଚଳ ଅଧିକାରୀ - ଶିବରାମ ନାୟକ , ଘୋଗଡ ବନପାଳ - ମାନସ କୁମାର ପ୍ରଧାନ , ତାରାସିଙ୍ଗି ବନପାଳ - କଳାବଦନ ଦାସ , ଜଗନ୍ନାଥ ପ୍ରସାଦ ବନପାଳ - ଆଶା ଗଣେଶ ଙ୍କ ସମେତ ତାରାସିଙ୍ଗି , ମୁଜାଗଡ ବନାଞ୍ଚଳର ସମସ୍ତ ବନ କର୍ମଚାରୀ ଓ ସ୍କ୍ବାର୍ଡ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୯/୨୦୨୨----୯,୧୦ Sakhigopal News,4/9/2022
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୯/୨୦୨୨----୯,୧୦ Sakhigopal News,4/9/2022