ରେଳ ଉପୋଭକ୍ତା ସଂଘ ପକ୍ଷରୁ ପ୍ରେସ ବାର୍ତ୍ତା
ବରଗଡ଼---- ବରଗଡ ଓ ବଲାଙ୍ଗିର ରେଳଷ୍ଟେସନର ସମାନ ସମସ୍ୟାର ସମାଧାନ କରାଯିବା ପାଇଁ ଉଭୟ ରେଳ ଉପଭୋକ୍ତା ସଂଘର ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି। ଗତକାଲି ତା.୪.୯.୨୨ ଦିନ ଏହି କମିଟିର ସଦସ୍ୟମାନେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କ ସହିତ ତା'ଙ୍କ ପାଟଣାଗଡ ସ୍ଥିତ ବାସଭବନରେ ସାକ୍ଷାତ ଆଲୋଚନା କରିଥିଲେ। ଏଥିରେ ମୁଖ୍ୟତଃ ଦୁଇଟି ବିଷୟରେ ଆଲୋଚନା ହୋଇଥିଲା। ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବଲାଙ୍ଗିର ପର୍ଯ୍ୟନ୍ତ ସମ୍ପ୍ରସାରଣ ଏବଂ ତ୍ରି-ସାପ୍ତାହିକ ବିଶାଖାପାଟଣା-ଅମୃତସର ଏକ୍ସପ୍ରେସକୁ ସପ୍ତାହର ଅବଶିଷ୍ଟ ଚାରିଦିନ ଟିଟିଲାଗଡ, ସମ୍ବଲପୁର ଦେଇ ଚଳାଇବା। ସଦସ୍ୟମାନେ ଏହି ଦୁଇଦାବୀର ଯଥାର୍ଥତା ସମ୍ବନ୍ଧରେ ସାଂସଦଙ୍କୁ ବିଶଦ ଭାବରେ ବୁଝାଇଥିଲେ। ସାଂସଦ ଶ୍ରୀମତୀ ସିଂହଦେଓ ଜନସାଧରଣଙ୍କ ହିତ ସକାଶେ ଏହି ଦୁଇଦାବୀକୁ ରେଳମନ୍ତ୍ରୀଙ୍କ ସହ ଆଲୋଚନା କରି ପୂରଣ କରାଇବା ପାଇଁ ଉଦ୍ୟମ କରିବାକୁ ପ୍ରତିଶୃତି ଦେଇଥିଲେ। ଚିର ଉପେକ୍ଷିତ ପଶ୍ଚିମ ଓଡିଶାର ସମସ୍ୟାଗୁଡିକର ସମାଧାନ କରିବାକୁ ହେଲେ ପଶ୍ଚିମ ଓଡିଶାର ସମସ୍ତ ସାଂସଦମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ସିଂହଦେଓ ମତବ୍ୟକ୍ତ କରିଥିଲେ। ଏହି ଆଲୋଚନାରେ ବରଗଡ ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଦୀପ ଦେବତା, ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ସମ୍ପାଦକ କମଳ ଯୋଷୀ, ଯୁଗ୍ମ ସମ୍ପାଦକ କିଶୋର କୁମାର ରଥ, କୋଷାଧ୍ୟକ୍ଷ ଅଭିଜିତ ପ୍ରତିହାର ଓ ବରିଷ୍ଠ ସଦସ୍ୟ ସଞ୍ଜୟ ମେହେର ତଥା ବଲାଙ୍ଗିର ରେଳ ଉପଭୋକ୍ତା ସଂଘ ତରଫରୁ ସଭାପତି ତରୁଣ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ଦିବାକର ହୋତା, କୋଷାଧ୍ୟକ୍ଷ ଅଶୋକ କୁମାର ଚାନ୍ଦ, କାର୍ଯ୍ୟନିର୍ବାହୀ ସଦସ୍ୟ ଋତୁରାଜ ସିଂହ, ସଦସ୍ୟ ରାମକୃଷ୍ଣ ସାଏ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୯/୨୦୨୨-----୮,୪୦
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୯/୨୦୨୨-----୮,୪୦
Sakhigopal News,5/9/2022