୬୧ ଗ୍ରାମ ଧଳାଜହର ଜବତ କରିଛି ଅବକାରୀ ବିଭାଗ
ପୁରୀ---- ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ର ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ କୋଣାର୍କ ଅବକାରୀ ଥାନା ଉପ-ନିରୀକ୍ଷକ ଶ୍ରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ କୋଣାର୍କ ଥାନା ଅଧୀନ ଅର୍କକୁଦରେ ଚଢ଼ାଉକରି ଶ୍ରୀକାନ୍ତ ସ୍ୱାଇଁ ,ବୟସ -34ବର୍ଷଙ୍କୁ ଗିରଫ କରି ତାଙ୍କ ଠାରୁ 61 ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରିବାରେ ସଫଳ ହୋଇଛନ୍ତି। କୋଣାର୍କ ଅବକାରୀ ଥାନା କେସ ନଂ -56/22-23 ରୁଜୁ କରି କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ କାରଗାରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 6,10,000/-ଟଙ୍କାରୁ ଉର୍ଦ୍ଧ ହେବ ।ଏହି ଚଢ଼ାଉରେ ଅବକାରୀ ASI ଶ୍ରୀ ଲୋକନାଥ ପାତ୍ର ଏବଂ କର୍ମଚାରୀ ଶ୍ରୀ ତପନ ପ୍ରଧାନ, ଦୀନବନ୍ଧୁ ବାରିକ, ସବିତା ସାହୁ,ଆଶିଷ ପ୍ରଧାନ, ସେକ ୱାରିସ ପ୍ରମୁଖ ସାମିଲ ଥିଲେ । ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୯/୨୦୨୨---୯,୩୦ Sakhigopal News,4/9/2022