Breaking News

ଲିଙ୍ଗରାଜ ମହା ପ୍ରଭୁଙ୍କ ଜମିରେ ବେଆଇନ ଭାବେ ଗୃହ ନିର୍ମାଣ , ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏୟାରପୋର୍ଟ ଥାନାରେ ମାମଲା ରୁଜୁ



ନୟାଗଡ------ଭୁବନେଶ୍ୱର,ଲିଙ୍ଗରାଜ ମନ୍ଦିର ମହାପ୍ରଭୁଙ୍କ ଉଦିଷ୍ଟ ଜମିରେ ଜୋର ଜବରଦସ୍ତ ଓ ବେଆଇନ ଭାବେ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି । ଏହାକୁ ବିରୋଧ କରି ଭାରତୀୟ ବିକାଶ ପରିଷଦ ରସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଙ୍କପକ୍ଷରୁ ଆଜି ଭୁବନେଶ୍ୱର ଏୟାରପୋର୍ଟ ଥାନାକୁ ଅଭିଯୋଗ ପତ୍ର ପଠାଇଛନ୍ତି।ଅଭିଯୋଗରୁ ଜଣା ପଡ଼ିଛି ଯେ ଶ୍ରୀମତୀ କିରୁଥିକା ସ୍ୱାମୀ ବି ପ୍ରଭାକରଣ ତାମିଲ ନାଡୁର । ବେନିୟମ ଭାବେ ଲିଙ୍ଗରାଜ ମହାପ୍ରଭୁଙ୍କ ଭୁବନେଶ୍ୱର ତହସିଲ ଅନ୍ତର୍ଗତ ଭୀମପୁର ମୌଜାର ସାବିକ ଖାତା 1935 ପ୍ଲଟ ନମ୍ବର 67 ଏରିଆ ଏ 1. 160 ଡି ସି ମି  ସେଟେଲମେଣ୍ଟ ପ୍ରକାରେ ମାର୍ଫଦାର ଚାଷୀ ତପନିଧି ସୁଦର୍ଶନ ଭାରତୀ ଗୋସ୍ୱାମୀ ନାମ ବି ରେଜିଷ୍ଟାର କ୍ରମିକ ନମ୍ବର 14803 ରହିଛି ।  ରେଜିଷ୍ଟାର ଭୁକ୍ତ ଜମି ବିକ୍ରୟ ଯୋଗ୍ୟାନୁହେଁ । ଉକ୍ତ ଜମି କେବଳ ସେବା ପାଇଁ ପ୍ରଯୁଜ୍ୟ ।
  ଲିଙ୍ଗାପ୍ରଧାନ ନାମକ ବ୍ୟକ୍ତି ହଟଚମଟ କରି 1989 ମସିହା ସେଟେଲମେଣ୍ଟରେ କିଛି ଦୁର୍ନୀତିଗ୍ରସ୍ତ ରାଜସ୍ବ କର୍ମଚାରୀ ଦ୍ୱାରା ଉପରୋକ୍ତ ଜମିକୁ ନିଜ ନାମରେ  ହାଲ ଖାତା ନମ୍ବର 433 ପ୍ଲଟ ନମ୍ବର 852 କିସମ ଶାରଦ-1 ଏରିଆ ଏ 0.472, ନାମରେ କରାଯାଇଛି । ସେଥିମଧ୍ୟରୁ ଶ୍ରୀ ହୃଷିକେଶ ଦାସ ପି-  ହରିମୋହନ ଦାସ ଙ୍କୁ ଶ୍ରୀ ପ୍ରଧାନ ଏ 0.228 ଡିସିମି ଜମି ବିକ୍ରିକରିଥିଲେ । ଶ୍ରୀ ଦାସ ନିଜ ନାମରେ ମୁଟେସନ କରି ଖାତା ନମ୍ବର 544/286 ପ୍ଲଟ ନମ୍ବର 852/ 2537 ରେ କରିଥିଲେ ।
    ଉକ୍ତ ଜମିକୁ କିରୁଥିକା ପି ସ୍ୱାମୀ -ବି ପ୍ରଭାକରନ ଙ୍କୁ ରେଜିଷ୍ଟ୍ରି କବଲା ନମ୍ବର 11082113304 ତା 06.11.2021 ରେ ଟ 6,45,00,000/ (ଛ କୋଟି ପଇଁଚାଳିଶ ଲକ୍ଷରେ ) କ୍ରୟ କରି .ନିଜ ନାମରେ ମୁଟେସନ କରିଥିଲେ ।
                 ଏଥି ପୂର୍ବରୁ ନିର୍ଦେଶକ ସେଟେଲମେଣ୍ଟ ତାଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା 2492 ତା 14.09.2020 ରେ ଚଞ୍ଚକତା କରି ଲିଙ୍ଗା ପ୍ରଧାନ ପଟା କରିଥିବା ଲିଖିତକରରେ  ପ୍ରମୁଖ ଶାସନ ସଚିବ ,ରାଜସ୍ବ ବିଭାଗକୁ ପତ୍ରମାଧ୍ୟମରେ  ତଥ୍ୟ ପ୍ରଦାନ କରିଥିଲେ ।ଉପରୋକ୍ତ ପତ୍ର ପ୍ରକାରେ ଶ୍ରୀ ବିଷ୍ନୁପଦ ସେଠି IAS, ପ୍ରମୁଖ ଶାସନ ସଚିବ ,ରାଜସ୍ବ ବିଭାଗ ତାଙ୍କ ପତ୍ର ସଂଖ୍ୟା 28099 ତା 23 ସେପ୍ଟେମ୍ବର 2020 ରେ ଜିଲ୍ଲାପାଳ ଖୋର୍ଦ୍ଧା , କମିଶନର ଏଣ୍ଡମେଣ୍ଟ, ଓ ଏକଯେକୁଟିଭ ଅଫିସର ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ କୁ ନିର୍ଦେଶ ପ୍ରଦାନ କରିଥିଲେ ଯେ ତୁରନ୍ତ ଉକ୍ତ ଜମିକୁ ରିଭିଜନ କେସ ବୋର୍ଡ ଅଫ ରେଭେନଉ ଙ୍କ ଠାରେ କରି ଲିଙ୍ଗରାଜ ମହାପ୍ରଭୁଙ୍କ ନାମକୁ ଫେରସ୍ତ ଆଣିବା ସହିତ ଜିଲ୍ଲାପାଳ ଖୋର୍ଦ୍ଧା ଙ୍କୁ ନିର୍ଦ୍ଧିଷ୍ଟ ଭାବେ ନିର୍ଦେଶ ପ୍ରଦାନ କରିଥିଲେ । କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ପଦକ୍ଷେପ ନିଅନ୍ତୁ,ଯେଉ କର୍ମଚାରୀ ମାନେ ଭୁଲ କରଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।            
ଏକଯେକୁଟିଭ ଅଫିସର ଟ୍ରଷ୍ଟ ବୋର୍ଡ  ବୋର୍ଡ ଅଫ ରେଭେନଉ ଙ୍କ କୋର୍ଟରେ ରିଭିଜନ କେସ RP CASE ନମ୍ବର 520/ 2021ରେ ମାମଲା ୠଜୁକରିଥିବା ବେଳେ ତହସିଲଦାର ଭୁବନେଶ୍ୱର କେଉଁ ଶକ୍ତିଶାଳୀ ଅଧିକାରୀ ଙ୍କ ଚାପରେ ଶ୍ରୀମତୀ କିରୁଥିକା ପି  ଙ୍କୁ ପଟା ପ୍ରଦାନ କରିଲେ। ଏହି  ବେନିୟମ ଜମି କାରବାର ଲୋକଲୋଚନ କୁ ଆସିବାପରେ ବୋର୍ଡ ଅଫ ରେଭେନଉ ଙ୍କ ନିର୍ଦେଶ ପ୍ରକାରେ ତହସିଲ ଦାର ପଟା ରଦ୍ଦ କରିଲେ ଏବଂ ନିର୍ମାଣ ଚାଲିଥିବା ଯୋଗୁଁ 144 ଧାରା ଲାଗୁକରାଯାଇ କାର୍ଯ୍ୟକୁ ବନ୍ଦ କରାଯାଇଛି ।
           ରାଜସ୍ବ ସଚିବ ଏଣ୍ଡମେଣ୍ଟ କମିଶନରଙ୍କୁ ମଧ୍ୟ OHRE ACT 1951 ପ୍ରକାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉକ୍ତ ପତ୍ର ରେ ଦର୍ଶାଇଛନ୍ତି ।
   ଶ୍ରୀମତୀ କିରୁଥିକା  ପି ହାଇ କୋର୍ଟ ରେ ରିଟ ପିଟିସନ ନମ୍ବର 4988/ 2022 ରେ ୠଜୁକରି ମାନ୍ୟବର ଜଷ୍ଟିସ କେ ଆର ମହାପାତ୍ର ତା 03.03. 22 ରେ ତଥାବସ୍ଥା (ସ୍ଟାଟସ୍କୋ )ବଜାୟ ରଖିବା ପାଇଁ ନିର୍ଦେଶ ପ୍ରଦାନ କରିଛନ୍ତି । 
     ଓଡିଶା ଉନୟନ  ଅଥରିଟି ଆଇନ ( ODA ACT ) ପ୍ରକାରେ ମହାନଗର ନିଗମଙ୍କ ଦ୍ୱାରା ଗୃହ ପ୍ଲାନ ଅନୁମୋଦନ ପରେ  ହିଁ ଗୃହ ନିର୍ମାଣ କରାଯାଇପାରିବ କିନ୍ତ ତାମିଲ ଖଣିମାଫିଆଙ୍କ ସ୍ତ୍ରୀ ପାଇଁ  ସବୁ ପ୍ରକାର  ବେନିୟମ କାର୍ଯ୍ୟ  ମାଫ କରିବା ପାଇଁ  ସରକାର ଆଇନ ତିଆରି କରିଛନ୍ତି କି ବୋଲି ସ୍ଥାନୀୟ ଲୋକମାନେ ପ୍ରଶ୍ନ କରିଛନ୍ତି  ?
          ମୁନିସିପାଲ କର୍ପୋରେସନ ତିଆରି କରିଥିବା ଲୁହ ରିଲିଙ୍ଗ ଓ ପଥର  ପାଚେରୀକୁ ମଧ୍ୟ ଭାଙ୍ଗି ଜନସାଧାରଣ ସମ୍ପତି ନଷ୍ଟ କରିଛି ।
    ରାଜ୍ୟସରକାର ଗୃହ ନିର୍ମାଣ ପାଇଁ ବହୁଳ ପରିମାଣରେ କାଠ ର ବ୍ୟବହାରକୁ  ନିଷେଧlଦିଶ ଜାରି କରିଥିଲେ ମଧ୍ୟ   ତିନିଫୁଟିଆ ଗୋଳେଇର ଟ୍ରକ ଟ୍ରକ  ଚୋରା କାଠ ଗଣ୍ଡି ରେ ପିଲ ର ସହିତ ଘରର , ଛାତ ଇତ୍ୟାଦି କାଠ ଦ୍ୱାରା ନିର୍ମାଣ କରାଯାଇଛି । 
      
        ରାଜଧାନୀର   ବାଣିଜ୍ୟ କେନ୍ଦ୍ରସ୍ଥଳୀ, ରେ ଥିବା ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରାୟ ଟ 100 କୋଟି ର ସମ୍ପତି ଲୁଣ୍ଠନ  ଜାଣିଶୁଣି  ତାମିଲ ଖଣିମାଫିଆଙ୍କ  ଦ୍ୱାରା ପ୍ରଭାବିତ ହୋଇ ଜିଲ୍ଲାପାଳ ଖୋର୍ଦ୍ଧା, କମିଶନର ଏଣ୍ଡୋମେଣ୍ଟ, କାର୍ଯ୍ୟକାରୀ ଅଧିକାରୀ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ଼ କାର୍ଯ୍ୟରେ ଅବହେଳା, କ୍ଷମତା ଅପବ୍ୟବହାର  ନିଜ ସ୍ୱାର୍ଥ ପାଇଁ, ସଢଯନ୍ତ୍ର  କରି  ଅନ୍ଧ, ମୁକ ବଧିର ଭାବେ ଶୋଇଛନ୍ତି ବୋଲି ସ୍ଥାନୀୟ ଲୋକମାନେ କହନ୍ତି ।
      ତାମିଲ ଖଣି ମାଫିଆ ମୁନିସିପାଲ କର୍ପୋରେସନର ରାସ୍ତାର ପାର୍ଶ୍ଵରେ ନିର୍ମିତ ଲୁହ ରେଲିଙ୍ଗ ଓ ପଥର ପାଚେରୀ ଭାଙ୍ଗି,   ବିନା ପ୍ଲାନ ଅନୁମୋଦନରେ , ଲିଙ୍ଗରାଜ ମହାପ୍ରଭୁଙ୍କ ଜମିରେ  ଜବରଦସ୍ତ ଗୃହ ନିର୍ମାଣକୁ ମଧ୍ୟ ଜାଣିଶୁଣି କମିଶନର ଭୁବନେଶ୍ୱର ମହାନଗର ନିଗମ,ପ୍ରଭାବିତ ହୋଇ କାର୍ଯ୍ୟରେ ଅବହେଳା କରି ଜମି ହଡପ କାରୀଙ୍କୁ ସାହାଯ୍ୟ କରିଛନ୍ତି ବୋଲି ଅଭିଯୋଗ ହୋଇଛି।
         ଭାରତୀୟ ବିକାଶ ପରିଷଦରସଭାପତି ସୁରେନ୍ଦ୍ର ପାଣି ଗ୍ରାହୀଙ୍କପକ୍ଷରୁ ଶ୍ରୀମତୀ କୀରିଥିକା ପି ସ୍ୱାମୀ ବି ପ୍ରଭାକରଣ IAS ବିଜୟ ଅମୃତ କୁଲାଙ୍ଗେ, IAS ଭୁବନେଶ୍ୱର ମହାନଗର ନିଗମ , K. ସୁର୍ଦଶନ ଚକ୍ରବର୍ତ୍ତୀ, IAS ଜିଲାପାଳ ଖୋର୍ଦ୍ଧା ,ଶିଶିର କୁମାର ରଥ Ojs କମିଶନର , ଏଣ୍ଡୋମେଣ୍ଟ  ଭୁବନେଶ୍ୱର ଓ କାର୍ଯ୍ୟନିବାହି ଅଧିକାରୀ , ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ଙ୍କ ବିରୋଧରେ ଏଫ ଆଇ ଆର ରୁଜ ସମ୍ବଧେ  ଅଧିକାରୀଙ୍କୁ ପତ୍ର ସଂଖ୍ୟା 367 ତା 26.08.22 ରେ ଲିଖିତାକାରରେ ଜଣାଇଛନ୍ତି । 
  ଏଣୁ ଉପରୋକ୍ତ ସମସ୍ତ ସରକାରୀ କର୍ମଚାରୀ ଏବଂ କିରୁଥିକା ପି ଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ଵିଧି ଆଇନ ଧାରା 420,441,442, 120( B) 34, 415,425,503,378,379,380,383,382,414,421,422,423,424,216,166  & 379 ରେ  ତଦନ୍ତ କରି ମାମଲା ରୁଜୁ କରି  କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅନୁରୋଧ କରାଯାଇଛି।
ଉକ୍ତ ପତ୍ର କୁ ଏଫ ଆଇ ଆର ରୂପେ ବିବେଚିତ କରିବାପାଇଁ ମଧ୍ୟ କୁହାଯାଇଛି।
ଏହାର ନକଲ  ସଚିବ ରାଜସ୍ବ ବିଭାଗ, ସଚିବ ଗୃହ ବିଭାଗ, ସଚିବ ଆଇନ ବିଭାଗ,ପୋଲିସ ମହାନିର୍ଦେଶକ, ଓଡିଶା,ଏବଂ ଡେପୁଟି କମିଶନର ପୋଲିସ ଭୁବନେଶ୍ୱରଙ୍କ ଅବଗତି ଓ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଥିବା ଜଣାପଡିଛି। ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୫/୯/୨୦୨୨----୬,୪୦   Sakhigopal News,5/9/2022

Blog Archive

Popular Posts