Breaking News

ସିଦ୍ଦବଳରାମଙ୍କ ନୂତନ ମନ୍ଦିରର ଦଧିନଉତି ରତ୍ନମୁଦ୍ର ଅନୁଷ୍ଠିତ

 


ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦୁଗଲ ଗ୍ରାମ ପଞ୍ଚାୟତର ଅଠେଇଶ ଗ୍ରାମରେ କାହିଁ କେଉଁ କାଳରୁ ସିଦ୍ଦବଳରାମ ପୂଜା ପାଇ ଆସୁଛନ୍ତି । ଏବେ ତାଙ୍କର ନୂତନ ମନ୍ଦିର ନିର୍ମାଣ କରାଯାଉଛି । ସୋମବାର ମନ୍ଦିରର ଦଧିନଉତି ରତ୍ନମୁଦ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ହୋମଯଜ୍ଞର ଆୟୋଜନ କରାଯାଇଥିଲା । ପଣ୍ଡିତ ଚକ୍ରଧର ମିଶ୍ର ଓ ତାଙ୍କ  ସହଯୋଗୀ ମାନେ ରତ୍ନପୂଜା, ପଞ୍ଚକର୍ମ, ଗୀତା, ଚଣ୍ଡୀ ଅଭିଷେକ ସହିତ ଶ୍ରୀ ସ୍ତୁତି ୧୦୮ ପାଠ କରାଯିବା ସହ ହୋମଯଜ୍ଞ କରିଥିଲେ । କ଼ର୍ତ୍ତା ଭାବେ ରାଜେନ୍ଦ୍ର ମହାପାତ୍ର ଓ ଉପକର୍ତ୍ତା ଭାବେ ଦିବାକର ଶତପଥି ରହିଥିଲେ  । ରତ୍ନମୁଦ୍ରରେ ୩୦ ବସ୍ତା ଧାନ, ସୁନା, ରୂପା, ପିତଳ,କଂସା, ତମ୍ବା, ଶିଶା, କଉଡି ମୁଦ୍ରା ଆଦି ସମାଗ୍ରୀ ଦିଆଯାଇଥିଲା ବୋଲି ମନ୍ଦିରର ପୂଜକ ଭାସ୍କର ଚନ୍ଦ୍ର ପଣ୍ଡାଙ୍କ ଠାରୁ ସୁଚନା ମିଳିଛି । ଶିଳ୍ପୀ ବିଜୟ କୁମାର ତାଙ୍କର ସାଥୀ ମାନଙ୍କ ଦ୍ୱାରା ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି ।  ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ କରାଯାଉଛି । ଶେଷରେ ସମୂହ ପ୍ରସାଦ ସେବନ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୯/୨୦୨୨---୬,୫୫  

 Sakhigopal News , 5/9/2022

Blog Archive

Popular Posts