Breaking News

ମୁଖ୍ୟମନ୍ତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଲେ ଭଞ୍ଜନଗରର ନିର୍ବାଚନ ମଣ୍ଡଳୀ ର ଶତାଧିକ ବିଜେଡି କର୍ମୀ



ଭଞ୍ଜନଗର-- ଭଞ୍ଜନଗର ନିର୍ବାଚନ ମଣ୍ଡଳୀ  ବିଜୁ ଜନତା ଦଳର  ଶତାଧିକ କର୍ମୀ ଓ ନିର୍ବାଚିତ ଜନ ପ୍ରତିନିଧି ମାନେ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀ ଠାରେ ଜୀବନ ବ୍ୟାପି ସାଧନା ସମ୍ମାନ ପାଇବା ପରେ ଓଡ଼ିଶା ଫେରିବା ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଦଳୀୟ କର୍ମୀ ଓ ନେତାମାନେ ଭୁବନେଶ୍ବର ରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେହି କ୍ରମରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ବ୍ଳକ ସମେତ ଭଞ୍ଜନଗର ଏନ୍ଏସି ର ବହୁ କର୍ମ ଭୁବନେଶ୍ୱର ଗସ୍ତ କରିଥିଲେ । ବିମାନ ବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଶୁଭେଚ୍ଛା ଯାତ୍ରା ରେ ଜଗନ୍ନାଥପ୍ରସାଦ ବ୍ଳକ ପକ୍ଷରୁ ବିପ୍ରଚରଣ ବାରିକ ଏବଂ ଭଂଜନଗର ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଙ୍କ ନେତୃତ୍ବରେ ବରିଷ୍ଠ ବିଜେଡି ନେତା ଦିବାକର ନାୟକ , ପଞ୍ଚାନନ ପାଳ ଙ୍କ ସମେତ ଶତାଧିକ ନେତୃସ୍ଥାନୀୟ ବ୍ୟକ୍ତି , କର୍ମୀ ଓ ସମର୍ଥକ ପ୍ରମୁଖ ଭୁବନେଶ୍ୱର ଗସ୍ତ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୯/୨୦୨୨----୯,୨୦ Sakhigopal News,6/9/2022

Blog Archive

Popular Posts