Breaking News

ମହିଳାଙ୍କ ଶବ ବୁହା ହେଲା ଟ୍ରଲିରିକ୍ସାରେ


କନ୍ଧମାଳ---- ବାଲିଗୁଡା ରେ ଥିବା ଯାତ୍ରୀ ବିଶ୍ରାମ ଗାରରେ ଏକ ମହିଳା ଙ୍କ ମୃତ୍ୟୁ ଘଟି ଯାଇଛି । ମୃତ୍ୟୁ ର କାରଣ ସଠିକ ଜଣାପଡ଼ିନି । କେତେକ ଅନାହାରରେ ମୃତ୍ୟୁ ହୋଇଥିବା କହୂଥିବା ବେଳେ କିଛି ଲୋକ କହନ୍ତି ରୋଗ ରେ ମରିଛି । ଖବର ପାଇ ସ୍ଥାନୀୟ ପୁଲିସ ଶବ ଜବତ କରି ଏହି ଘଟଣା ଉପରେ ତଦନ୍ତ ଚଳେଇଛି । ମାତ୍ର ଶବ କୁ ରିକ୍ସା ରେ ଶବଯାଇଛି । ଏହି ଘଟଣା କୁ ଜନସାଧାରଣ ନିନ୍ଦା କରିଛନ୍ତି । ଶବ ବୋହିବା ପାଇଁ ମହାପ୍ରଣାୟନ ଗାଡି କୁ ନ ଡାକି ରିକ୍ସା ରେ କାହିଁକି ନିଆଗଲା ଏହା ଏକ ନିନ୍ଦନିୟ ଘଟଣା ବୋଲି ଜନସାଧାରଣ କହନ୍ତି । ଅନ୍ୟ ପକ୍ଷେ ବାଲିଗୁଡ଼ା ଏକ ଏନଏସି ଅଞ୍ଚଳ । ଏଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶବ ବୋହିବା ପାଇଁ ମହାପ୍ରଣାୟନ ଗାଡି ରହିଛି । ଏହା କାହା ପାଇଁ ରହିଛି  ବୋଲି ଲୋକମାନେ କହନ୍ତି । ପରେ ସେଈ ମହିଳାଙ୍କ ପରିଚୟ ଜଣାପଡିଛି । ତାଙ୍କ ଘର କୁର୍ତମଗଡ଼ ଅଞ୍ଚଳର ବୋଲି ପୋଲିସ ଜାଣି ପାରିଛି । ଶବ ବ୍ୟବଚ୍ଛେଦ ହେବା ପରେ ଘର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts